ବଙ୍ଗାଳୀ ମିସ୍ତ୍ରୀଙ୍କ ଉପରେ ନଜର ରଖାଯିବାକୁ ଦାବି

0 988

ବୌଦ୍ଧ: କୋଲକତା ତଥା ପଶ୍ଚିମବଙ୍ଗରୁ ଫେରିଥିବା ଲୋକମାନଙ୍କଠାରେ କରୋନା ଭୂତାଣୁ ମିଳିବାପରେ ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ କରୋନା ରୋଗୀସଂଖ୍ୟା ରାଜ୍ୟରେ ବୃଦ୍ଧି ପାଇଛି । ପଶ୍ଚିମବଙ୍ଗର ସୀମାରୁ ବୌଦ୍ଧଜିଲ୍ଲା ନିରାପଦ ଦୂରତାରେ ଥିଲେ ମଧ୍ୟ ଅସ୍ଥାୟୀ ଭାବେ ବୌଦ୍ଧ ଜିଲ୍ଲାରେ ରହି ଶହଶହ ବଙ୍ଗାଳୀ ଶ୍ରମିକ କାର୍ଯ୍ୟ କରୁଛନ୍ତି । ସେମାନେ ମୁଖ୍ୟତଃ ଘରୋଇ ନିର୍ମାଣ କାର୍ଯ୍ୟରେ ତଥା ସରକାରୀ ନିର୍ମାଣ କାର୍ଯ୍ୟାଦେଶ ପାଇଥିବା ଠିକାଦାରମାନଙ୍କ ପାଖରେ ବର୍ଷବର୍ଷ ହେଲା କାର୍ଯ୍ୟ କରିଆସୁଛନ୍ତି । ବୌଦ୍ଧସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏମାନେ ଭଡାଘର ନେଇ ରହିବାସହ ନିର୍ମାଣ ଶ୍ରମିକ ଓ ମିସ୍ତ୍ରୀଭାବେ କାର୍ଯ୍ୟକରି ଆସୁଥିବା ଦେଖିବାକୁ ମିଳେ । ଏମାନେ ମାସେ/ଦୁଇମାସ ଅନ୍ତରରେ ନିଜ ପରିବାର ରହୁଥିବା ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ଥିବା ଘରମାନଙ୍କୁ ନିୟମିତ ଯିବାଆସିବା କରିଥାନ୍ତି । ଲକ୍‌ଡାଉନ ସମୟରେ ଯଦିଓ ଯାତ୍ରୀବାହୀ ବସ୍ କିମ୍ବା ରେଳ ପରିବହନ ବନ୍ଦ ରହିଛି ତଥାପି କେହିବି ଏ ସମୟ ମଧ୍ୟରେ କୌଣସି ମାଧ୍ୟମରେ ପଶ୍ଚିମବଙ୍ଗକୁ ଯାତାୟାତ କରିଛନ୍ତି ନା ନାହିଁ ସେ ସଂପର୍କରେ ତୃଣମୂଳ ସ୍ତରରେ କରୋନା ଦାୟିତ୍ୱରେ ଥିବା ସରକାରୀ ଅଧିକାରୀ/କର୍ମଚାରୀ ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଉଛି । ଗତକାଲି ହରଭଙ୍ଗା ବ୍ଲକରେ ଜଣେ ବଙ୍ଗାଳୀ ବାହାରୁ ଫେରିଥିବା ସୂଚନା ମିଳିବାପରେ ପ୍ରଶାସନ ଯେଭଳି ତତ୍ପରତା ପ୍ରକାଶ କରି ଘଟଣା ସଂପର୍କରେ ସ୍ପଷ୍ଟ କଲା ସେଭଳି ଜିଲ୍ଲାରେ ଅସ୍ଥାୟୀ ଭାବେ ରହୁଥିବା ବଙ୍ଗାଳୀଙ୍କ ସଂପର୍କରେ ସ୍ଥାନୀୟ କରୋନା ଦାୟିତ୍ୱରେ ଥିବା ଅଧିକାରୀ/କର୍ମଚାରୀଙ୍କ ଜରିଆରେ ତଦନ୍ତ କରାଯିବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

five × one =