ଓଡ଼ିଶା ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା : ଗୁଜୁରାଟରେ ଥିବା ଓଡ଼ିଆ ଶ୍ରମିକଙ୍କୁ ନିରାପଦରେ ଫେରାଇ ଅଣାଯିବ

0 129

ଭୁବନେଶ୍ୱର: ଗୁଜୁରାଟରେ କାମ କରୁଥିବା ଶ୍ରମିକମାନଙ୍କୁ ନିରାପଦରେ ଓଡ଼ିଶା ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମଧ୍ୟରେ ଭିଡ଼ିଓ କନଫରେନ୍ସ ଜରିଆରେ ଆଲୋଚନା ପରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ ।

hiring

ଆଲୋଚନାରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ ଗୁଜୁରାଟରୁ ଓଡ଼ିଆ ଶ୍ରମିକମାନଙ୍କୁ ନିରାପଦରେ ଫେରାଇ ଆଣିବା ପାଇଁ ଦୁଇ ରଜ୍ୟାରୁ ଦୁଇ ଦୁଇ ଜଣ ବରିଷ୍ଠ ଅଫିସରଙ୍କୁ ନେଇ ଏକ ସମନ୍ୱୟ କମିଟି କରାଯିବ । ମୁଖ୍ୟତଃ ସେମାନଙ୍କୁ ବସ୍ ଯୋଗେ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯିବ । ଏତଦ୍‌ବ୍ୟତୀତ ଅନ୍ୟ ପରିବହନ ମାଧ୍ୟମ ସଂପର୍କରେ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯିବ । ଓଡ଼ିଶା ଫେରିବାକୁ ଚାହୁଁଥିବା ସବୁ ବ୍ୟକ୍ତିଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ । ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ । ଯାହାଦ୍ୱାରାକି ଓଡ଼ିଶାରେ ପହଞ୍ଚିବା ପରେ ସେମାନେ କ୍ୱାରେଣ୍ଟାଇନରେ ରହିବା ସହିତ ଅନ୍ୟାନ୍ୟ ସୁବିଧା ପାଇପାରିବେ । ଗୁଜୁରାଟରୁ ଶ୍ରମିକମାନଙ୍କୁ ନେଇ ଫେରୁଥିବା ବସ୍‌ର ରୋଡ୍ ଟ୍ୟାକ୍ସ ଛାଡ଼ କରିବା ପାଇଁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

hiranchal ad1
Leave A Reply

Your email address will not be published.

16 − 15 =