ଦୁବୃର୍ତ୍ତ ଲଗାଇଲେ ନିଆଁ, ପୋଡିଗଲା ଆମ୍ବବଗିଚା

0 1,148

ବୌଦ୍ଧ,୨୬/୪- ବୌଦ୍ଧବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ନାରାୟଣନଗର ଗ୍ରାମର ରାଧାରମଣ ମେହେରଙ୍କ ଲକ୍ଷ୍ମୀପ୍ରସାଦ ମୌଜାରେ ଥିବା ଜମିରେ ସାତବର୍ଷ ପୂର୍ବେ ବୌଦ୍ଧ ଉଦ୍ୟାନ ବିଭାଗ ପକ୍ଷରୁ ଆମ୍ବଚାରା ଆଣି ରୋପଣ କରିଥିଲେ । ଗଛଗୁଡିକ ଭଲ ବଢ଼ି ଚଳିତବର୍ଷ ଭଲ ଫଳ ମଧ୍ୟ ହୋଇଥିଲା । କିନ୍ତୁ କେହି ଦୁର୍ବୃତ୍ତ ତାଙ୍କ ଆମ୍ବ ବଗିଚାରେ ନିଆଁ ଲଗାଇ ଦେଇଥିଲେ । ଫଳରେ ବଗିଚାରେ ଲାଗିଥିବା ୫୦ ରୁ ୬୦ ଟି ଆମ୍ବଗଛ ସହିତ ବଗିଚାରେ ଚାରିପଟେ ରୋପଣ କରାଯାଇଥିବା ଶାଗୁଆନ, ପଟାସ, ବାଉଁଶ ପ୍ରଭୁତି ମୂଲ୍ୟବାନ୍‌ ଗଛ ଗୁଡିକ ନିଆଁଲାଗି ପାଉଁଶ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଗତ ରବିବାର ଦିନ ଅପରାହ୍ନ ପ୍ରାୟ ୧ ଘଣ୍ଟା ସମୟରେ କେହି ଦୁର୍ବୃତ୍ତ ବଗିଚାରେ ପଶି ଗଛ ତଳେ ପଡିଥିବା ଶୁଖିଲାପତ୍ରରେ ନିଆଁ ଲଗାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଖରା ପ୍ରଖର ଏବଂ ପବନ ବହୁଥିବାରୁ ନିଆଁ ସାଙ୍ଗେ ସଙ୍ଗେ ଚାରିପଟକୁ ବ୍ୟାପି ଯାଇଥିଲା । ଫଳରେ ବଗିଚାର ଚାରିପଟେ ଲାଗିଥିବା ଗଛ, ବଗିଚାର ବାଡ଼ ଏବଂ ଆମ୍ବଗଛ ଗୁଡିକ ପୋଡି ପାଉଁଶ ହୋଇଯାଇଛି । ଖବରପାଇ ରାଧାରମଣ ଓ ତାଙ୍କ ପରିବାର ସେଠାକୁ ପହଁଚି ନିଆଁକୁ ଆୟତ୍ତ କରିବାବେଳେ ଗଛ ଗୁଡିକ ପୋଡି ନଷ୍ଟ ହୋଇଯାଇଥିଲା । ଜହ୍ନାପଙ୍କ ଫାଣ୍ଡିରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ ହୋଇଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ଶତ୍ରୁତାର ସୁଯୋଗ ନେଇ ଆଗରୁ ତିନିଥର ଏପରି ତାଙ୍କ ବଗିଚାରେ ଲାଗିଥିବା ଆମ୍ବଗଛ ଗୁଡିକ ମଧ୍ୟ ଭାଙ୍ଗି ଦେଇଥିବା ସେ ଜହ୍ନାପଙ୍କ ଫାଣ୍ଡିରେ ଅଭିଯୋଗ କରିଥିଲେ । ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

two + thirteen =