ପୂର୍ବତନ ପୋଷ୍ଟ ମାଷ୍ଟରଙ୍କ ପରଲୋକ

0 162

ବୌଦ୍ଧ/ଜହ୍ନାପଙ୍କ,୩୦/୧- ବୌଦ୍ଧ ବ୍ଲକ ମୁଣ୍ଡାପଡା ପଂଚାୟତ ଅନ୍ତର୍ଗତ କମିରା ଗ୍ରାମର ପୂର୍ବତନ ପୋଷ୍ଟ ମାଷ୍ଟର ନବୀନ କୁମାର ଦାସ(୮୫)ଙ୍କ ସୋମବାର ପରଲୋକ ହୋଇଯାଇଛି । ସେ ପୋଷ୍ଟ ମାଷ୍ଟର ଚାକିରୀରୁ ସ୍ୱେଚ୍ଛାକୃତଭାବେ ଅବସର ନେଇ ଚିକିତ୍ସାଦିଗରେ ନିଜକୁ ନିୟୋଜିତ କରିଥିଲେ । ନିଜ ଚିକିତ୍ସିତ ଜୀବନରେ ବହୁରୋଗୀଙ୍କୁ ଚିକିତ୍ସା କରି ସୁସ୍ଥ ରଖିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ଜଣେ ମିଷ୍ଟଭାଷୀ, ମେଳାପୀ, ଧାର୍ମିକ ବ୍ୟକ୍ତି ଭାବେ ଅଞ୍ଚଳରେ ବେଶ୍‌ ଜଣାଶୁଣା ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଗାଁର ବହୁ ଲୋକ ଶେଷ ଦର୍ଶନ କରିବା ସହିତ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ ।ମୃତ୍ୟୁବେଳେ ତାଙ୍କର ଦୁଇ ପୁଅ,ବୋହୂ, ନାତି ନାତୁଣୀ ଓ ଧର୍ମପତ୍ନୀ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ସାନ ପୁଅ ଆଦିତ୍ୟ ଦାସ ମୁଖାଗ୍ନି ଦେଇଥିଲେ ।

hiranchal ad1
Leave A Reply

Your email address will not be published.

1 × 5 =