ଲୁଣିବାହାଲରେ ଓଡିଶା ପୁଷ୍ଟି ମହୋତ୍ସବ ଅନୁଷ୍ଠିତ

0 160

ବୌଦ୍ଧ,୩୦/୧- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ଠାରେ ଓଡିଶା ଜୀବିକା ମିଶନ ତରଫରୁ ପୁଷ୍ଟି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି | ଲୁଣିବାହାଲ ପଞ୍ଚାୟତ ସ୍ତରୀୟ ମହାସଂଘର ପରମଲକ୍ଷ୍ମୀ ଆଞ୍ଚଳିକ ମଞ୍ଚ ଦ୍ୱାରା ଏହା ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ବ୍ଲକର ବି.ପି.ଏମ. ବେଣୁଧର ମହାପାତ୍ର, ସମ୍ମାନିତ ଅତିଥି ଭାବେ ଲୁଣିବାହାଲ ସରପଞ୍ଚ ବିଷ୍ଣୁ ଚରଣ ଜାନି, ସମିତି ସଭ୍ୟ ସୁଶାନ୍ତ ପ୍ରଧାନ,ଏମ.ବି.କେ. ଦୁସିଳା ଭୋଇ, ବି.ସି. ପଏଣ୍ଟର ଅପରେଟର ବବଲୀ ବାରିକ ପ୍ରମୁଖ ଯୋଗ ଦେଇଥିଲେ | ପରମ ଲକ୍ଷ୍ମୀ ଆଞ୍ଚଳିକ ମଂଚର ସି.ଆର.ପି. ସୁବାସିନୀ ପ୍ରଧାନ ,ସଭାନେତ୍ରୀ ସନ୍ଧ୍ୟାରାଣୀ ଗିରି, କୃଷି ମିତ୍ର ନମିତା କର୍ମୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏଥିରେ ପ୍ରାୟ୧୦୦ ରୁ ଉର୍ଦ୍ଧ୍ବ ମା ମାନେ ଯୋଗ ଦେଇଥିଲେ।ଏହା ଗତ ୨୬ ଜାନୁଆରୀ ରୁ ଆରମ୍ଭ ହୋଇ ଥିବା ବେଳେ ୩୧ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ । ଏହାର ମୂଳ ଲକ୍ଷ୍ୟ ଫଳ ପନିପରିବା ନିଜ ବାଡ଼ିରେ ଲଗାଇ ପୁଷ୍ଟି କର ଖାଦ୍ୟ ଖାଇ ଅପପୁଷ୍ଟି ରୋଗରୁ ମୁକ୍ତି ପାଇବା।

hiranchal ad1
Leave A Reply

Your email address will not be published.

two × 1 =