ବୌଦ୍ଧଜିଲ୍ଲାରେ ଧାନକ୍ରୟ ବ୍ୟବସ୍ଥିତ ଓ ନିୟନ୍ତ୍ରଣ ପାଇଁ ବିଭିନ୍ନ ନିଷ୍ପତ୍ତି

0 1,337

ବୌଦ୍ଧ,୩୦/୧: ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବୌଦ୍ଧଜିଲ୍ଲାରେ ଚାଷୀମାନଙ୍କଠୁ ଧାନକ୍ରୟ ସୁସଂଗଠିତ ବ୍ୟବସ୍ଥିତ ଓ ନିୟନ୍ତ୍ରଣ କରିବାପାଇଁ ବିଭିନ୍ନ ନିଷ୍ପତ୍ତି ନିଆଯାଇଥିବା ନିୟନ୍ତ୍ରଣ ବଜାର କମିଟି ତରଫରୁ ଏକ ପ୍ରେସ ବିବୃତ୍ତିରେ ଜଣାଯାଇଛି । ନିଷ୍ପତ୍ତି ଗୁଡିକ ହେଲା ତହସିଲଦାର/ଅତିରିକ୍ତ ତହସିଲଦାର ଓ ପ୍ରଶାସକ, ସମବାୟ ସମିତିଙ୍କ ଯୁଗ୍ମ ଦସ୍ତଖତରେ ଦିଆଯାଇଥିବା ଟୋକନକୁ କେବଳ ବୈଧ ଧରାଯିବ । ବିନା ବୈଧ ଟୋକନରେ ମଣ୍ଡିକୁ ଆସିଥିବା ଧାନ ବାଜ୍ୟାପ୍ତ କରାଯିବ, ସଂପୃକ୍ତ ସମବାୟ ସମିତିର ଧାର୍ଯ୍ୟ ଧାନ ସଂଗ୍ରହ ଲକ୍ଷ୍ୟ, ଦୈନିକ ବ୍ୟବହାରିକ କ୍ଷମତା, ଧାନ ବୋହିବାପାଇଁ ଟ୍ରକର ଉପଲବ୍ଧତା ବିଚାରକୁ ନେଇ ନିୟନ୍ତ୍ରିତ ପରିମାଣର ଟୋକନ ନିର୍ଗମନ କରାଯିବ ଯାହାଫଳରେ ଚାଷୀମାନେ ନିର୍ଦ୍ଧାରିତ ଦିନରେ ସୁରୁଖୁରୁରେ ଧାନ ବିକ୍ରୟ କରିପାରିବେ, ସମବାୟ ସମିତି ସଂପାଦକ, ଭିଏଡବ୍ଲୁ ଆରଏମସି କର୍ମଚାରୀ ଓ ସମିତିସ୍ତରୀୟ ଧାନକ୍ରୟ କମିଟିର ୨ଜଣ ସଦସ୍ୟଙ୍କୁ ନେଇ ଗଠିତ ଯାଞ୍ଚ କମିଟି ଚାଷୀଙ୍କ ଘରକୁ ଯାଇ ବୈଧ ଉପଲବ୍ଧ ପରିମାଣର ଧାନ ଯାଞ୍ଚକରି ସମବାୟ ସମିତି ପ୍ରଶାସକଙ୍କୁ ଜଣାଇବେ । ତାପରେ ଯୁଗ୍ମ ଦସ୍ତଖତ ଥାଇ ସଂପୃକ୍ତ ଅଧିକାରୀ ଟୋକନ ନିର୍ଗମନ କରିବେ, ଯେଉଁ ଚାଷୀମାନେ ଆଦୌ ଧାନ ବିକ୍ରୟ କରିନାହାନ୍ତି ତାଙ୍କୁ ପ୍ରାଥମିକତା ଦିଆଯିବ, ପେକ୍ସ, ଆରଏମସି କର୍ମଚାରୀଙ୍କ ଦ୍ୱାରା ଚାଷୀଙ୍କ ଉପସ୍ଥିତିରେ ଧାନର ଏଫଏକ୍ୟୁ ମାନ ନିର୍ଦ୍ଧାରଣ କରାଯିବ, ଅବୈଧଭାବେ ଗଚ୍ଛିତ ଧାନ ଓ ଅନ୍ୟଜିଲ୍ଲାରୁ ବେଆଇନ ପ୍ରବେଶ କରୁଥିବା ଧନ ଜବତ କରାଯିବ, ଯଦି କୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ ଅବୈଧଭାବେ କିଣାବିକା ବ୍ୟାପାରରେ ଲିପ୍ତଥିବ ଅଭିଯୋଗ ଆସିଲେ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଏନଫୋର୍ସମେଣ୍ଟ ଟିମ ଦ୍ୱାରା ଯାଞ୍ଚ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

hiranchal ad1
Leave A Reply

Your email address will not be published.

3 × 4 =