ବୌଦ୍ଧରେ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ

0 472

ବୌଦ୍ଧ,୨୭/୧୧: କୋଭିଡ କଟକଣା ମଧ୍ୟରେ ବୌଦ୍ଧରେ ଶ୍ରୀଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉମାନଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଗତକାଲି ରାତିରୁ ସମସ୍ତ ବିଧିବ୍ୟବସ୍ଥା କରାଯାଇଥିଲା । ଆଜି ପ୍ରାତଃ ସମୟରୁ ତିନିଠାକୁର ଶ୍ରୀବଳଭଦ୍ର, ମା ସୁଭଦ୍ରା, ବଡଠାକୁର ଶ୍ରୀଜଗନ୍ନାଥଙ୍କୁ ନାଗାର୍ଜୁନ ବେଶରେ ସଜ୍ଜିତ କରାଯାଇଥିଲା । ଠାକୁରମାନଙ୍କ ନୀତିକାନ୍ତି, ସ୍ନାନ, ପୁଷ୍ପବେଶ, ମଙ୍ଗଳ ଆରତୀ ପରେ ଭୋଗ ଲଗାଯାଇଥିଲା । ପୂଜକ ସୁରମଣି ପଣ୍ଡା ଠାକୁରମାନଙ୍କ ସମସ୍ତ ନୀତିକାନ୍ତି କରିଥିବାବେଳେ ସହପୂଜକ ଭାବେ ବିଭୁଦତ୍ତ ପଣ୍ଡା, ପ୍ରିୟବ୍ରତ ପଣ୍ଡା, ସନ୍ତୋଷ ଶତପଥୀ ସହଯୋଗ କରିଥିଲେ । ବୌଦ୍ଧରେ ପ୍ରଥମଥର ପାଇଁ ଠାକୁରମାନଙ୍କ ଏହି ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଛି । ଠାକୁରମାନଙ୍କୁ ମୁଖ୍ୟ ବେଶକାରୀ ବାନାମ୍ବର ମହାପାତ୍ର ବେଶ କରିଥିବାବେଳେ କାହ୍ନୁଚରଣ ମିଶ୍ର, ସୁଧୀର ମହାପାତ୍ର, ଆଶୁତୋଷ ଦାସ ପ୍ରମୁଖ ସହଯୋଗ କରିଥିଲେ । ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସଂପନ୍ନରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

10 + nineteen =