ସମ୍ବଲପୁରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦର୍ଶନ

0 60

ସମ୍ବଲପୁର,୨୭/୧୧- ଗତ ରାତି ୨ଟା ସମୟରରେ ସ୍ଥାନୀୟ ଝାଡୁଆପଡା ସ୍ଥିତ ଶ୍ରୀ ଶ୍ରୀ ବ୍ରହ୍ମପୁରା ମନ୍ଦିରରେ ମହାପ୍ରଭୁଙ୍କ ମଇଲମ, ତଡ଼ପ ଲାଗି ଓ ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା । ଯେଉଁ ବର୍ଷ କାର୍ତ୍ତିକ ପଂଚୁକ ୬ ଦିନ ହୋଇଥାଏ ସେ ବର୍ଷ ମଳ ତିଥିରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ ବୋଲି ନୀତି ରହିଛି ଓ ଉକ୍ତ ନୀତି ଅନୁସାରେ ଏବର୍ଷ ଏହି ସୁଯୋଗ ମିଳିଛି । ମଧ୍ୟରାତ୍ର ୩ ଟା ସମୟରେ ମଙ୍ଗଳ ଆଳତୀ ପରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ସଜାଇବା ଆରମ୍ଭ ହୋଇଥିଲା । ମନ୍ଦିର ପୂଜକ ସନ୍ତୋଷ ପଣ୍ଡା, ସୁଧାଂଶୁ ବାବୁ, ପ୍ରାଣ ରଞ୍ଜନ ପଣ୍ଡା ଆଦି ବେଶ ସଜାଇଥିଲେ । ଏହି ବେଶର ସମସ୍ତ ସାମଗ୍ରୀ ପୁରୀରେ ପ୍ରସ୍ତୁତ ହୋଇଛି ଯାହାକୁ ପୂର୍ଣଚନ୍ଦ୍ର ସାଥୁଆ ତିଆରି କରିଛନ୍ତି । ଏହି ବେଶରେ ମହାପ୍ରଭୁ ସୋଲ, ଜରି, କନା ଓ ବେତରେ ତିଆରିହାଣ୍ଡିଆ, ଛୁରୀ, କଟୁରୀ, ବାଘଛାଲ, ସ୍ୱର୍ଣ୍ଣଶ୍ରୀଭୁଜ, ଶ୍ରୀପୟର, ବାଘନଖ ମାଳି, ଶଙ୍ଖ, ଚକ୍ର, ହଳ ଓ ମୁଷଳ ଆଦି ଧାରଣ କରିଥାନ୍ତି । ଭୋର ୫ ଟା ସମୟରେ ମହାପ୍ରଭୁଙ୍କ ଠାରେ ଭୋଗ ଓ ନୈବେଦ୍ୟ ଅର୍ପଣ ପରେ ମହାଆଳତୀ ଅନୁଷ୍ଠିତ ହୋଇଥିଲା । ଏଥିରେ ମନ୍ଦିର ପୂଜକଙ୍କୁ ଅନୁପମ ମିଶ୍ର, ଗୋପାଳ ପଣ୍ଡା, ପ୍ରଫୁଲ୍ଲ ତ୍ରିପାଠୀ ଓ କୈଳାଶ ପଣ୍ଡା ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗଦାଧର ଦଶ, ଶୁଭେନ୍ଦୁ ମିଶ୍ର, ଧିନା ପ୍ରଧାନ, ପ୍ରବୀଣ ଦୀକ୍ଷିତ ଓ ଅଭିଷେକ ମିଶ୍ର ଆଳତୀ ସମୟରେ ଉପସ୍ଥିତ ରହିଥିଲେ । ପରେ ଏହି ଦୁର୍ଲଭ ବେଶକୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ସାମାଜିକ ଗଣମାଧ୍ୟମ ଜରିଆରେ ଦର୍ଶନ କରିଥିଲେ ।

hiranchal ad1
Leave A Reply

Your email address will not be published.

9 + 12 =