ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଗଣଅନଶନ ପ୍ରତ୍ୟାହାର

0 562

ବୌଦ୍ଧ,୨୭/୧୧: ପ୍ରାକୃତିକ ବିପର୍ଯ୍ୟୟ ବାତ୍ୟା ପେଥାଇ ଯୋଗୁଁ ଜିଲ୍ଲାପାଳଙ୍କ ଅନୁମୋଦନକ୍ରମେ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପାଇଁ ୨.୪୨ କୋଟି ଟଙ୍କାର ସହାୟତା ରାଶି ମଞ୍ଜୁର ହୋଇଥିଲା । ଧଳପୁର ଆରଆଇ ସର୍କଲ ଚାଷୀଙ୍କ ପାଇଁ ୩୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା ତାହା ବ୍ୟାଙ୍କରେ ଗଚ୍ଛିତ ରହିଛି । କିନ୍ତୁ ଆରଆଇଙ୍କ ମନମାନୀଯୋଗୁଁ ଚାଷୀ ତାହା ଆଜିପର୍ଯ୍ୟନ୍ତ ଏହି ସହାୟତା ରାଶି ପାଇପାରିନଥିବାରୁ ଗତକାଲିଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଅନଶନ କରିଥିଲେ ଭାରତୀୟ କିଷାନ ସଂଘ ସଦସ୍ୟଗଣ । ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଚାଷୀନେତାମାନଙ୍କୁ ଡକାଇ ସବିଶେଷ ଆଲୋଚନା କରି ଆସନ୍ତା ଡିସେମ୍ବର ୩୦ତାରିଖ ସୁଦ୍ଧା ସମୁଦାୟ ଟଙ୍କା ଧଳପୁର ଚାଷୀଙ୍କୁ ଦେବାକୁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଆଜି ଦ୍ୱିତୀୟ ଦିନ ଧାରଣାରେ ସଭାପତି ସୂର୍ଯ୍ୟନାରାୟଣ ମହାପାତ୍ରଙ୍କ, ଦୁତିବାହନ କଂପ, ନବୀନ ପ୍ରଧାନ, ବିକାଶ ମହାକୁଡ, ଶମ୍ଭୁ ପ୍ରଧାନ, ଆରତ ଧଳ, ଯୁବନେତା ଦାମୋଦର ମିଶ୍ର, ସୁନୀଲ କ୍ଷେତି ପ୍ରମୁଖ ବହୁ ଚାଷୀନେତାଙ୍କ ସମେତ ୭୦ ଉର୍ଦ୍ଧ୍ୱ ଚାଷୀ ଅଂଶଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

20 + two =