ବୌଦ୍ଧ : ଆଜି ନାଏକପଡା, ବାମଣ୍ଡା ଓ ନୂଆପାଲିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ

0 541

hiring

ବୌଦ୍ଧ,୨୭/୨୧ – ଆଜି ବୌଦ୍ଧ ଜିଲ୍ଲାରେ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜି ଚିହ୍ନଟ ଜଣଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା 2734 ରେ ପହଞ୍ଚିଛି l ସେମାନଙ୍କ ମଧ୍ୟରୁ 2690 ଜଣ ସୁସ୍ଥ ହୋଇ ସାରିଛନ୍ତି ଓ 33 ଜଣ ଚିକିତ୍ସlଧୀନ ରହିଛନ୍ତି l ଜିଲ୍ଲାରେ ମୋଟ୍ 11 ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ସୁସ୍ଥଙ୍କ ମଧ୍ୟନ୍ହ 15 ଜଣ ପ୍ଲାଜମା ଦାନ କରିଛନ୍ତି ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ ସୂଚନା ଦେଇଛନ୍ତି l
ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଯେଉଁ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରେ ନାଏକପଡା 1 ଜଣ, ବାମଣ୍ଡା ଗ୍ରାମରୁ 1 ଜଣ ଓ ନୁଆପାଲି ଗ୍ରାମରୁ 1 ଜଣ ବୋଲି ଜଣା ପଡିଛି l

hiranchal ad1
Leave A Reply

Your email address will not be published.

16 − nine =