ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ ଅଭିଯାନ

0 436

hiring

ବୌଦ୍ଧ,୨୮/୧୧ – ଆଦିମ ଅଧିବାସୀ ଏକତା ମଞ୍ଚ ବୌଦ୍ଧ ବ୍ଲକ୍ ପକ୍ଷରୁ ବଘିଆପଡା ଗ୍ରାମ ପଞ୍ଚାୟତ ରେଙ୍ଗାଲି ଗ୍ରାମ ଠାରେ ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ବ୍ଲକ୍ ସଭାପତି ମମତା ମଲ୍ଲିକଙ୍କ ସଭାପତିତ୍ବରେ ଓ ବ୍ଲକ୍ ସଂଯୋଜକ ନିରଞ୍ଜନ ବିଶିଙ୍କ ସଂଯୋଜନାରେ ଅନୁଷ୍ଠିତ ମହିଳା ମାନଙ୍କ ବିରୋଧରେ ହେଉଥିବା ହିଂସା ଓ ତାର ନିରାକରଣ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା | 16 ଦିନ ଧରି ହେବାକୁ ଥିବା ଏ ବିଶ୍ବ ବ୍ୟାପି କାର୍ଯ୍ୟକ୍ରମରେ ଅନେକ ଗଣ ସଂଗଠନ ସମେତ ଅଣୁ ଶକ୍ତି ଟ୍ରଷ୍ଟ ପ୍ରମୁଖ ଅନୁଷ୍ଠାନ ମାନେ ସାମିଲ ହୋଇଛନ୍ତି | ବିଶ୍ବରୁ ଲିଙ୍ଗ ଭିତ୍ତିକ ହିଂସା ହଟାଇଦେଇ ଗୋଟିଏ ସୁସ୍ଥ ପରିବାର ଓ ସମାଜ ଗଠନ ପାଇଁ ସେମାନେ ସଂକଳ୍ପବଦ୍ଧ ବୋଲି ସଂଯୋଜକ ଶ୍ରୀ ବିଶି ସୂଚନା ଦେଇଛନ୍ତି l ରେଙ୍ଗାଲି ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରାମର ମହିଳା ମାନଙ୍କ ସମେତ ବିଭିନ୍ନ ମହିଳା ସ୍ଵୟମ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଅଂଶ ଗ୍ରହଣ କରିଥିଲେ l

hiranchal ad1
Leave A Reply

Your email address will not be published.

eighteen − 7 =