ବାଉଁଶୁଣୀ ଡାକ ବଙ୍ଗଳାର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ

0 696

ବୌଦ୍ଧ / ବାଉଁଶୁଣୀ ,୨୮/୧୧- ବୌଦ୍ଧ ବ୍ଲକ୍ ବାଉଁଶୁଣୀ ନିକଟ ଜାତୀୟ ରାଜପଥ ନମ୍ବର 57ର ପାର୍ଶ୍ବରେ ବାଘ ନଦୀ କୂଳରେ ଥିବା ପୂରାତନ ଡାକ ବଙ୍ଗଳାର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିବା ଦେଖିବାକୁ ମିଳୁଛି l ପୂର୍ତ୍ତ ବିଭାଗର ଅଧିନରେ ଥିବା ଏ ପ୍ରାଚୀନ ଡାକ ବଙ୍ଗଳା ଗଡଜାତ ସମୟରୁ ଥିଲା l ସ୍ବାଧିନତା ପରେ ଏହାର ପୁନଃନିର୍ମାଣ କରାଯାଇ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଅଧିନରେ ରକ୍ଷଣାବେକ୍ଷଣ ହେଉଥିଲା l ଉକ୍ତ ଡାକ ବଙ୍ଗଳାକୁ ନେଇ ଅନେକ ସ୍ମୃତି ରହିଛି | ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂ ଦେଓଙ୍କ ଠାରୁ ଆରମ୍ଭ କରି ବିଜୁ ପଟ୍ଟନାୟକ ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମେତ ଓଡିଶାର ଅନେକ ମହାନ୍ ବ୍ୟକ୍ତିତ୍ବ ଏଠାରେ ଅନେକ ଥର ବିଶ୍ରାମ ନେଇଛନ୍ତି l 2000 ମସିହା ପରଠାରୁ ଏ ଐତିହାସିକ ବଙ୍ଗଳାର ଦୁର୍ଦ୍ଦିନ ଆସିଥିଲା l ରକ୍ଷଣା ବେକ୍ଷଣ ଅଭାବରୁ ଭଗ୍ନ ଅବସ୍ଥାକୁ ଚାଲି ଆସିବା ସହ ଏହାର ପରିବେଶରେ ଅନାବନା ଗଛ ଲତା ଉଠି ଭୂତ କୋଠି ଭଳି ପ୍ରତୀୟମାନ ହେଉଥିଲା l ଅନେକ ସଚେତନ ବ୍ୟକ୍ତି ବଙ୍ଗଳାର ପୁନଃରୁଦ୍ଧାର ପାଇଁ ଦାବୀ ମଧ୍ୟ କରି ଆସୁଥିଲେ l ବର୍ତ୍ତମାନ ପୂର୍ତ୍ତ ବିଭାଗ ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବାରୁ ଲୋକେ ସାଧୁବାଦ ଜଣାଇଛନ୍ତି l ବାଉଁଶୁଣୀ ଭଳି ତେଲିବନ୍ଧ, ମନମୁଣ୍ଡା, କରଡ଼ି, ତୁକୁଲୁଣ୍ଡା, ହରଭଙ୍ଗା ଆଦି ପ୍ରାଚୀନ ସ୍ମୃତି ବହନ କରୁଥିବା ଡାକ ବଙ୍ଗଳା ଗୁଡିକ ମଧ୍ୟ ପୁନଃରୁଦ୍ଧାର କାର୍ଯ୍ୟ କରାଯିବାକୁ ଜନସାଧାରଣରେ ଦାବି ହେଉଛି |

hiranchal ad1
Leave A Reply

Your email address will not be published.

four × 5 =