ରାମ ଚରିତ ମାନସ ନବାହ ପାରାୟଣ ଅନୁଷ୍ଠିତ

0 530

hiring

ବୌଦ୍ଧ,୨୮/୧୧- ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମ ପଞ୍ଚାୟତ ଦେବଗଡ଼ ଗ୍ରାମରେ ବିରାଜିତ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ରାମ ଚରିତ ମାନସ ନବାହ ପାରାୟଣ ଅନୁଷ୍ଠିତ ହୋଇ ଯାଇଛି | 28 ବର୍ଷ ଧରି ଶ୍ରୀ ରଘୁନାଥ ଜୀଉଙ୍କ ପୀଠରେ ଉକ୍ତ କାର୍ଯ୍ୟକ୍ରମ ପ୍ରତିବର୍ଷ ମହା ସମାରୋହରେ ପାଳିତ ହୋଇଥାଏ | ଚଳିତ ବର୍ଷ କୋଭିଡ୍ କଟକଣା ଯୋଗୁଁ କୋଭିଡ୍ 19 ନିୟମ ଆଧାରରେ ଅନୁଷ୍ଠିତ ହେଉଛି | ଚଳିତ ବର୍ଷ ବ୍ୟାସ ଭାବେ ସଚିଦା ନନ୍ଦ ପଣ୍ଡା ପୁରାଣ ପାଠ କରୁଥିବା ବେଳେ ପୂଜକ ଶିବ ନାରାୟଣ ପଣ୍ଡା ପୂଜା କାର୍ଯ୍ୟ ପରିଚାଳନା କରୁଛନ୍ତି l କୁମୁଦ ମାଝୀ କର୍ତ୍ତାର ଭୂମିକା ନିର୍ବାହ କରୁଥିବା ଜଣାପଡିଛି l ପବିତ୍ର ଗରୁଡ ଦ୍ୱାଦଶୀ ଅବସରରେ ମନ୍ଦିର ପରିସରରେ ଥିବା ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ଗରୁଡ ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି |

hiranchal ad1
Leave A Reply

Your email address will not be published.

nine + 14 =