ବୌଦ୍ଧ: ଆଜି ଜିଲ୍ଲାରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ

0 973

ବୌଦ୍ଧ,୨୮/୧୧ – ଆଜି ବୌଦ୍ଧ ଜିଲ୍ଲାରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ଚିହ୍ନଟ ଜଣଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୨୭୩୬ ରେ ପହଞ୍ଚିଛି । ଜିଲ୍ଲାରେ ମୋଟ ୧୧ ଜଣଙ୍କ ମୃତ୍ୟୁ ହୋଇ ସାରିଥିବାବେଳେ ସୁସ୍ଥଙ୍କ ମଧ୍ୟରୁ ୧୫ ଜଣ ପ୍ଲାଜମା ଦାନ କରିଛନ୍ତି ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିରଞ୍ଚିି ଧରୁଆ ସୂଚନା ଦେଇଛନ୍ତି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଯେଉଁ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରେ କଣ୍ଟାମାଳ ବ୍ଲକ ମନମୁଣ୍ଡା ଗ୍ରାମରୁ ୧ ଜଣ ଓ ଅନ୍ୟ ଜଣେ ବାହାର ଜିଲ୍ଲାରେ ପରୀକ୍ଷା କରାଇ ପଜିଟିଭ ଚିହ୍ନଟ ହୋଇଥିବା ଯୋଗୁଁ ତାଙ୍କ ସମ୍ପର୍କରେ କୌଣସି ତଥ୍ୟ ପ୍ରଶାସନର ହସ୍ତଗତ ହୋଇପାରିନଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

12 − 2 =