କଚେରୀ ଛକରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

0 80

ସମ୍ବଲପୁର,୨୮/୧୧- ଜଣେ ଅବୋଧ ଶିଶୁ ବାଳିକା ପରୀକୁ ଅମାନୁଷିକ ଭାବରେ ହତ୍ୟା କରାଯିବା ବିରୁଦ୍ଧରେ ରାଜ୍ୟ ସାରା ଆନ୍ଦୋଳନ ଜାରି ରଖିବା ପାଇଁ ଭାରତୀୟ ଜନତା ପାର୍ଟି ଚେଷ୍ଟା ଜାରିରଖିଛି । ଏହି ଶୃଙ୍ଖଳାରେ ଆଜି ପାର୍ଟିର ମହିଳା ମୋର୍ଚ୍ଚା ପକ୍ଷରୁ ପାର୍ଟି ଅଫିସରୁ ଏକ ଶୋଭାଯାତ୍ରା ସହିତ ଏଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍ଥାନୀୟ କଚେରୀ ଛକରେ ପହଞ୍ଚି ସେମାନେ କିଛି ସମୟ ପାଇଁ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ସେଠାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ନାନାବିଧ ନାରାବାଜି ସହିତ ତାଙ୍କର ଏକ କୁଶ ପୁତ୍ତଳିକା ଦାହ କରାଯାଇଛି । ଆଜି ୪ର୍ଥ ଶନିବାର ଯୋଗୁଁ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିଛି, ତଥାପି ସେଠାରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସବଳ ମୁତୟନ କରାଯାଇଥିଲା । ଜିଲ୍ଲା ପୁଲିସ ଅଧିକ୍ଷକ ଓ ପୁଲିସ ମୁଖ୍ୟାଳୟ ପ୍ରଦର୍ଶନ ସ୍ଥଳରୁ ଅନତି ଦୂରରେ ଥିବାରୁ ସେଠାରେ କୌଣସି ଅଘଟଣ ନଘଟୁ ଏଥିପାଇଁ ମଧ୍ୟ ପୁଲିସବଳ ସଜାଗ ହୋଇ ରହିଥିଲେ ।

hiranchal ad1
Leave A Reply

Your email address will not be published.

three + four =