କାର୍ତ୍ତିକ ମାସରେ ମନ୍ଦିରରେ ଦେଖାଯାଉଛି ଆକାଶ ଦୀପ

0 101

ପାରଳାଖେମୁଣ୍ଡି,୨୮/୧୧- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସହ ବିଭିନ୍ନ ପୁରପଲ୍ଲୀରେ କାର୍ତ୍ତିକମାସ ପୂଣ୍ୟ ମାସ ହୋଇଥିବାରୁ ଜଗନ୍ନାଥ ମନ୍ଦିର,ରାଧା କୃଷ୍ଣ ମନ୍ଦିର,ଶିବ ମନ୍ଦିର ଓ ଚହୁଁରାମୂଳେ ଆକାଶ ଦୀପ ଜଳୁଥିବାର ଦେଖିବାକୁ ମିଳିଛି । କାର୍ତ୍ତିକ ମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆକାଶ ଦୀପ ଲାଗିଥାଏ । ଏହା ସନ୍ଧ୍ୟା ଆଳତୀ ପୂର୍ବରୁ ଲଗାଯାଇଥାଏ । ଏହା ଏକ ପରମ୍ପରା ରହିଛି । କାର୍ତ୍ତିକ ବ୍ରତୀ ଧାରି ମାନେ ଅନେକ ଧର୍ମ କର୍ମ କରିଥାନ୍ତି । ଏଥି ମଧ୍ୟରୁ ଏହି ଆକାଶ ଦୀପ ଅନ୍ୟତମ । କୁହାଯାଏ ଯେ କି କାର୍ତ୍ତିକ ମାସରେ କାର୍ତ୍ତିକ ବ୍ରତକଲେ ମୃତ୍ୟୁ ପରେ ବୈକୁଠପୁର ଗମନ କରନ୍ତି । ଏହି ମାସରେ ସ୍ୱର୍ଗର ଦେବତାମାନେ ମର୍ତ୍ତ୍ୟପୁରକୁ ଆସିଥାନ୍ତି । ସେମାନଙ୍କ ଗମନାର୍ଥେ ଏହି ଆକାଶ ଦୀପ ପ୍ରଜ୍ୱଳନ କରାଯାଇ ଥାଏ । ଏହି ଆକାଶ ଦୀପ ମର୍ତ୍ତ୍ୟପୁର ସକାଶେ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ।

hiranchal ad1
Leave A Reply

Your email address will not be published.

12 − 6 =