ବାରହା ଶିକାର ପାଇଁ ପକା ଯାଇଥିବା ବାରୁଦ ଗୋଳା ଖାଇ ଗାଈ ଗୁରୁତର

0 1,225

hiring

ବୌଦ୍ଧ,୨୮/୧୧ – ବନ୍ୟ ଜନ୍ତୁ ବାରହା ଶିକାର ପାଇଁ ସିନ୍ଦୁରପୁର୍ ଗ୍ରାମ୍ୟ ଜଙ୍ଗଲରେ ପକାଯାଇଥିବା ବାରୁଦ ଗୋଳା ଖାଇ ଦେବା ଯୋଗୁଁ ବିସ୍ଫୋରଣରେ ଗୋଟିଏ ଗାଈର ମୁହଁ କ୍ଷତବିକ୍ଷତ ହୋଇ ଯାଇଥିବା ଦେଖିବାକୁ ମିଳିଛି l ମିଳିଥିବା ସୂଚନା ଅନୁଯାୟୀ କିଛି ଅସାଧୁ ବ୍ୟକ୍ତି ଜଙ୍ଗଲୀ ବାରହା ଶିକାର ପାଇଁ ସିନ୍ଦୁରପୁର ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ବିସ୍ଫୋରକ ଗୋଳା ବିଭିନ୍ନ ସ୍ଥାନରେ ପକାଇ ଥିଲେ l ପଡୋଶୀ ପତ୍ରା ପାଲି ଗ୍ରାମର ସରଜୁ ମିଶ୍ରଙ୍କ ଗାଈ ଜଙ୍ଗଲକୁ ଚରିବା ପାଇଁ ଯାଇଥିବା ବେଳେ ଉକ୍ତ ବାରୁଦ ନିର୍ମିତ ଗୋଳାକୁ ଘାସ ସହ ଖାଇ ଦେବାରୁ ବିସ୍ଫୋରଣ ଘଟି ଗାଈର ମୁହଁ କ୍ଷତବିକ୍ଷତ ହୋଇ ଯାଇଥିଲା l ଗାଈର ଜୀବନ ସଂକଟାପନ୍ନ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି l ବନ୍ୟ ଜନ୍ତୁ ଶିକାର ପାଇଁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରୁଥିବା ବେଳେ ନିରୀହ ଗୃହ ପାଳିତ ପଶୁ ଓ ମଣିଷ ମାନେ ତାହାର ଶିକାର ହେଉଥିବା ପରିବେଶ ପ୍ରେମୀ ମାନେ ଅଭିଯୋଗ କରିଛନ୍ତି | ବୌଦ୍ଧ ଜିଲ୍ଲାରେ ବିସ୍ଫୋଟକ ସାମଗ୍ରୀର ଖୋଲା ଖୋଲି ବିକ୍ରୀ ଓ ବ୍ୟବହାର ଚାଲିଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବା ବୁଦ୍ଧିଜୀବୀଙ୍କୁ ବିସ୍ମିତ କରିଛି |

hiranchal ad1
Leave A Reply

Your email address will not be published.

two × five =