ବେଆଇନ ବାଲି ଚାଲାଣ,୨ଟ୍ରାକ୍ଟରରୁ ୧୨ ହଜାରଟଙ୍କା ଜୋରିମାନା ଆଦାୟ

0 116

hiring

ଦାରିଙ୍ଗବାଡ଼ି,୨୮/୧୧: ଦାରିଙ୍ଗବାଡ଼ି ତହସିଲ ପକ୍ଷରୁ ବେଆଇନ ବାଲି ଚାଲାଣ ଉପରେ ଚଢ଼ାଉ କରାଯାଇ ୧୨ ହଜାର ୨ ଶହ ୪୦ ଟଙ୍କା ଜରିମାନା ଆଦାୟ ହୋଇଥିଲା । ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ ଙ୍କ ତତ୍ୱବଧାନ କ୍ରମେ ଦାରିଙ୍ଗବାଡ଼ି ଠାରେ ବାଲି ବୋଝେଇ ଟ୍ରାକ୍ଟର ଗୁଡିକର ଯାଞ୍ଚ ଆରମ୍ଭ ହୋଇଥିଲା । ଏହି ସମୟରେ ଦୁଇଟି ଟ୍ରାକ୍ଟର ବେଆଇନ ଭାବେ ବାଲି ଚାଲାଣ କରୁଥିବା ବେଳେ ଧରାପଡିଥିଲେ । ଗୋଟିଏ ଗୋଟିଏ ଗାଡିରୁ ୬ ହଜାର ୧୨୦ ଟଙ୍କା ଲେଖାଏଁ ଦୁଇଟି ଗାଡିରୁ ୧୨ ହଜାର ୨୪୦ ଟଙ୍କା ଜରିମାନା ଆଦାୟ ହୋଇଥିଲା । ତହସିଲଦାର ଙ୍କ ସହ ଦାରିଙ୍ଗବାଡ଼ି ସହକାରୀ ରାଜସ୍ୱ ନିରୀକ୍ଷକ ଉମାକାନ୍ତ ଖଣ୍ଡଗିରି,ଗ୍ରୀନବାଡ଼ି ସହକାରୀ ରାଜସ୍ୱ ନିରୀକ୍ଷକ କୁଳମଣି ସାହାଣୀ ପ୍ରମୁଖ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

5 × five =