ବୌଦ୍ଧ ଜିଲ୍ଲାରେ ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ୍‌ ହେଲା ନିମୋକୋକାଲ୍‌ କନ୍‌ଜୁଗେଟ୍‌ ଟିକା

0 348

ବୌଦ୍ଧ,୩୦/୬-ନିମୋନିଆ ଜନିତ ଶିଶୁମୃତ୍ୟୁକୁ ରୋକିବା ପାଇଁ ସାରା ରାଜ୍ୟରେ ନିମୋକୋକାଲ୍‌ କନ୍‌ଜୁଗେଟ୍‌ ଟିକାକୁ ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ୍‌ କରାଯାଇଛି । ରାଜ୍ୟସ୍ତରରେ ଏକ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହାକୁ ଉଦ୍‌ଘାଟନ କରିଥିଲେ । ଏ ପରିପ୍ରକ୍ଷୀରେ ବୌଦ୍ଧ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ତାଲିମ୍‌ କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ ନିମୋକୋକାଲ୍‌ କନ୍‌ଜୁଗେଟ୍‌ ଟିକାକରଣର ଶୁଭାରମ୍ଭ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ରୂପେ କଣ୍ଟମାଳ ବିଧାୟକ ମହିଧର ରଣା, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇଥିଲେ । ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା ।

hiring

ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅଭୟ କୁମାର ଦାଶ ସ୍ୱାଗତ ଭାଷଣ ଦେବା ସହ ନିମୋନିଆ ଜନିତ ଶିଶୁମୃତ୍ୟୁକୁ ରୋକିବାରେ ନିମୋକୋକାଲ୍‌ ଟିକାର ଉପଯୋଗିତା ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୋଷ କୁମାର ମହାପାତ୍ର ଦୃଶ୍ୟଶ୍ରାବ୍ୟ ଯୋଗେ ନିମୋକୋକାଲ୍‌ କନ୍‌ଜୁଗେଟ୍‌ ଟିକାକରଣ କାର୍ଯ୍ୟକ୍ରମର ଏକ ବିସ୍ତୃତ ଉପସ୍ଥାପନା କରିଥିଲେ । ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡା. ଭଂଜକିଶୋର ରାମଚନ୍ଦ୍ର ଦେଓ ହେମ୍ରମ୍‌ ଧନ୍ୟବାଦ ଅର୍ପଣ କରିଥିଲେ ।

ଗତ ୨୦୨୦-୨୧ ବର୍ଷରେ ବୌଦ୍ଧଜିଲ୍ଲାରେ ଏକ ବର୍ଷ ମଧ୍ୟରେ ମୋଟ ୧୦୬ ଜଣ ଶିଶୁଙ୍କ ମଧ୍ୟରୁ କେବଳ ନିମୋନିଆ ସଂକ୍ରମଣରେ ୧୦ ଜଣ ମୃତ୍ୟୁବରଣ କରିଛନ୍ତି । ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ଏହି ଟିକା ସାମିଲ୍‌ ହେବା ଫଳରେ ଜିଲ୍ଲାରେ ବର୍ଷକୁ ପ୍ରାୟ ୭୫୦୦ଶିଶୁଙ୍କୁ ନିମୋନିଆ ତଥା ମସ୍ତିଷ୍କଜ୍ୱରରୁ ସୁରକ୍ଷା ଦିଆଯାଇ ପାରିବ । ଜନ୍ମର ପ୍ରଥମବର୍ଷ ମଧ୍ୟରେ ଶିଶୁଙ୍କୁ ଏହ ଟିକାର ତିନୋଟି ମାତ୍ରା ଦେଢମାସ, ସାଢେ ତିନିମାସ, ନଅମାସରେ ପ୍ରଦାନ କରାଯିବ । ଆସନ୍ତା ଜୁଲାଇ ମାସ ପ୍ରଥମ ବୁଧବାରଠାରୁ ସମଗ୍ର ଜିଲ୍ଲାର ୨୭୨ଟି ଟିକାକରଣ କେନ୍ଦ୍ରରେ ଏହି ପିସିଭି ଟିକା ଦେଢମାସ ହୋଇଥିବା ସମସ୍ତ ଶିଶୁଙ୍କୁ ମାଗଣାରେ ଦିଆଯିବ । ଏଥିନିମନ୍ତେ ଜିଲ୍ଲାସ୍ତରରେ ସମସ୍ତ ପ୍ରସ୍ତୁତି ଓ ସ୍ୱସ୍ଥ୍ୟକର୍ମୀଙ୍କ ତାଲିମ୍‌ ଶେଷ ହୋଇଅଛି । ଜିଲ୍ଲାରେ ପ୍ରଥମଥର ପାଇଁ ଆଜି ୯ ଜଣ ଶିଶୁଙ୍କୁ ଏହି ଟିକା ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା. ମଦନମୋହନ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧ୍ୟକ୍ଷ ଡା. କିଶୋରଚନ୍ଦ୍ର ପଟ୍ଟନାୟକ, ଶିଶୁରୋଗ ବିଶେଷଜ୍ଞ ଡା. ବିଜୟ କୁମାର ସାହୁ, ଡିପିଏମ୍‌ ରୂପକ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ, ଡିଡିଏମ୍‌ ଅଶୋକ କୁମାର ମିଶ୍ର, ଦୋଳଗୋବିନ୍ଦ ପ୍ରଧାନ, ଅମ୍ରିତା ପଟ୍ଟନାୟକ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏଡିପିଏଚସିଓ ରବିନ୍ଦ୍ର କୁମାର ପ୍ରଧାନ ଓ ଜିଲ୍ଲା ପ୍ରଜନନ ଓ ଶିଶୁସ୍ୱାସ୍ଥ୍ୟ ପରିଚାଳକ ଗିରିଜା ପ୍ରସାଦ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

seventeen − two =