ଜୁଲାଇ ୧୬ ଯାଏଁ ଆଂଶିକ ଲକଡାଉନ

0 395

ଭୁବନେଶ୍ୱର: ଗୁରୁବାର ରାଜ୍ୟରେ ଲାଗୁଥିବା ଆଂଶିକ ଲକଡାଉନ ସରୁଛି । ଏହି ପରିପ୍ରେକ୍ଷୀରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏହି ଅବସରରେ ଜୁଲାଇ ୧୬ ସକାଳ ୫ଟା ଯାଏ ଆଂଶିକ ଲକଡାଉନ ଘୋଷଣା କରାଯାଇଛି। ସଂକ୍ରମଣ କମିଥିବାରୁ କାଟେଗୋରୀ Aକୁ ଆଉ ୩ ଜିଲ୍ଲା ଉନ୍ନୀତ ହୋଇଛି। ଏହି ୩ଟି ଜିଲ୍ଲା ହେଲା ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର । ରାଜ୍ୟରେ ସଂକ୍ରମଣ ତଳମୁହାଁ ହୋଇଛି। ହେଲେ ଆଗାମୀ ଦିନରେ କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଜୁଲାଇ ୧୬ ତାରିଖ ଯାଏଁ ଆଂଶିକ ଲକଡାଉନ ଘୋଷଣା କରାଯାଇଥିବା ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

୩ ଜିଲ୍ଲାରେ ପଜିଟିଭିଟି ରେଟ୍ ୫%କୁ କମିଥିବାରୁ କାଟେଗୋରୀ Aକୁ ଉନ୍ନିତ ହୋଇଛି। ତେବେ ସଂକ୍ରମଣ କମିଥିବା ୨୦ଟି ଜିଲ୍ଲା କାଟେଗୋରୀ Aରେ ସାମିଲ କରାଯାଇଛି। ପଜିଟିଭିଟି ୫ ପ୍ରତିଶତରୁ ଅଧିକ ଥିବା ବାକି ୧୦ ଜିଲ୍ଲା କାଟେଗୋରୀ B ରେ ରହିଛି।

hiring

ସେ କହିଛନ୍ତି ଯେ,  ଆଂଶିକ ଲକଡାଉନକୁ ଲୋକେ ପାଳନ କରିଛନ୍ତି। ୧୭ ଜିଲ୍ଲାରେ ସଂଧ୍ୟା ୫ ଯାଏ ସବୁ ଦୋକାନ ଖୋଲିବାକୁ ଅନୁମତି ଥିଲା। ଖୁସିର କଥା ୧୭ ଜିଲ୍ଲାରେ ସଂକ୍ରମଣ ଆଉ ବଢ଼ିନାହିଁ। ବାକି ୧୩ ଜିଲ୍ଲାରୁ ୩ ଜିଲ୍ଲାରେ ପଜିଟିଭିଟି ୫%ରୁ କମ୍ ରହିଛି।

ଜିଲ୍ଲାଗୁଡ଼ିକୁ ସଂକ୍ରମଣ ଆଧାରରେ କ୍ୟାଟାଗୋରୀ ଏରେ ୨୦ଟି ଜିଲ୍ଲା ଓ କ୍ୟାଟାଗୋରୀ ବିରେ ୧୦ଟି ଜିଲ୍ଲା ରହିଛି । ଯେଉଁ ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ପାଇଛି ତାହାକୁ ପ୍ରଥମ ବର୍ଗରେ ରଖାଯାଇଛି । ଏହି ସବୁ ଜିଲ୍ଲାରେ ସବୁ ଦୋକାନ ସକାଳ ୬ଟା ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବ । ତେବେ ମଲ, ସ୍ପା, ବୁ୍ୟଟିପାର୍ଲର ଦୋକାନ ଖୋଲିବ ନାହିଁ । ସେହିପରି ଆନ୍ତଃ ଜିଲ୍ଲା ବସ ଚଳାଚଳ କରିବ । ବସରେ ଯେତିକି ସିଟ ସେତିକି ଲୋକ ବସିପାରିବେ । ଏହାଛଡ଼ା ସେଲୁନ ବି ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି । ସପ୍ତାହାନ୍ତ ସଟଡାଉନ କରାଯିବ ନାହିଁ । ସେଠାରେ ପୂର୍ବଭଳି ହାଟ ବଜାର ବସିପାରିବ । ଜିଲ୍ଲାପାଳମାନେ କୋଭିଡ଼ କଟକଣାକୁ କଡ଼ା ଅନୁପାଳନ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ସାରା ରାଜ୍ୟରେ ସଂଧ୍ୟା ୬ରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫୁ୍ୟ ବଳବତର ରହିବ ।

ତେବେ କ୍ୟାଟାଗୋରୀ ବି ଜିଲ୍ଲାରେ ଥିବା ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାରେ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲିବ ।

hiranchal ad1
Leave A Reply

Your email address will not be published.

6 − one =