ହାତୀଙ୍କ ଦଳାଚକଟାରେ ଧାନତଳି ନଷ୍ଟ ଓ ଚାଷୀ ସର୍ବସ୍ୱାନ୍ତ

0 54

ସମ୍ବଲପୁର: ବର୍ତ୍ତମାନ ଖରିଫ୍‌ ଫସଲର ଆରମ୍ଭ ଧାନତଳିରୁ ହୋଇଥାଏ । ଗୋଟିଏ ପଟେ ଧାନତଳିର ଯତ୍ନ ଓ ଅନ୍ୟପଟେ ଧାନ ରୁଆ ପାଇଁ ଜମିର ପ୍ରସ୍ତୁତି, ଏହି ଦୁଇ ପ୍ରକ୍ରିୟାରେ ଚାଷୀ ବ୍ୟସ୍ତ ରୁହେ । ଏହି ଘଡିସନ୍ଧି ମୁହୁର୍ତ୍ତ ରେ ହାତୀ ଉପଦ୍ରବ ଚାଷୀଙ୍କୁ ବ୍ୟତିବ୍ୟସ୍ତ କରି ଦେଇଛି । ଏପରି ଅଭାବନୀୟ ଘଟଣା ସ୍ଥାନୀୟ ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଝାଙ୍କରପାଲି ପଞ୍ଚାୟତର ବାସୁପାଲି ନିକଟସ୍ଥ ପଟାମାଲ ଗାଁରେ ଘଟିଛି । ଉକ୍ତ ଗାଁର ଲାଲଧାରୀ ନାଏକ ଗାଁ ମୁଣ୍ଡରେ ଧାନ ତଳି ପକାଇଥିଲେ । ସୋମବାର ବିଳମ୍ବିତ ରାତିରେ ଏକ ହାତୀପଲର ଉପଦ୍ରବ ଫଳରେ ତାହା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ହାତୀମାନେ ଗାଁ ଭିତରେ ପଶି କିଛି ଘର ମଧ୍ୟ ଭାଙ୍ଗି ଦେଇଛନ୍ତି ଓ ଘରଭିତରେ ଗଚ୍ଛିତ ଧାନ ଚାଉଳ ଆଦି ଖାଇଦେଇଛନ୍ତି । ଏଥିରେ ଘରର ବାକି ଆସବାବପତ୍ର ସବୁ ନଷ୍ଟ ହୋଇଯାଇଛି । ବର୍ତ୍ତମାନ ସମୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ପାଖରେ ଧାନ ବିହନ ବ୍ୟତୀତ ପର୍ଯ୍ୟାପ୍ତ ଖାଦ୍ୟାନ୍ନ ମଧ୍ୟ ନ ଥାଏ । ଏଭଳି ଚର୍ମ ପରିସ୍ଥିତିରେ ହାତୀ ଉପଦ୍ରବ ଫଳରେ ସେମାନେ ସର୍ବସ୍ୱାନ୍ତ ହୋଇ ଯାଇଛନ୍ତି ।

hiranchal ad1
Leave A Reply

Your email address will not be published.

five + 15 =