ଜିମୂତ ମଙ୍ଗରାଜଙ୍କ ବିୟୋଗରେ ସୁବର୍ଣ୍ଣପୁରରେ ଶୋକସଭା

0 129

ସୁବର୍ଣ୍ଣପୁର,୩୦/୬(ହୀ.ପ୍ର) : ରାଜ୍ୟର ବରିଷ୍ଠ ସାମ୍ବାଦିକ ତଥା “ନେତା’ ସାପ୍ତାହିକ ଖବରକାଗ ର ପ୍ରତିଷ୍ଠାତା ସ୍ୱର୍ଗୀୟ ଜିମୂତ ବାହାନ ମଙ୍ଗରାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜ଼ିଲ୍ଲା ସଦର ମହକୁମା ବସଷ୍ଟାଣ୍ଡ ନିକଟସ୍ଥ ପଞ୍ଚ଼ରଥ ମନ୍ଦିରଠାରେ ସନ୍ଧ୍ୟା ୭ ଘଣ୍ଟା ବେଳେ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ,ସମ୍ମାନିତ ଅତିଥି ଭାବେ ବିନିକାର ପ୍ରାକ୍ତନ ପୌର ପରିଷଦ ଅଧିକାରୀ ଆଶାରାମ ନାଏକ ଯୋଗ ଦେଇ ମଙ୍ଗରାଜଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ମଙ୍ଗରାଜ ରାଜ୍ୟର ଜଣେ ଟାଣୁଆ, ଖ୍ୟାତନାମା, ଅନୁଭବୀ ଓ ଦକ୍ଷ ସାମ୍ବାଦିକ ତଥା ଭଲ ସଂଗଠକ ଥିଲେ ବୋଲି ମତ ରଖିଥିଲେ । ତାଙ୍କରି ବିଭିନ୍ନ ସମ୍ପାଦକୀୟ ମନଛୁଆଁ, ହୃଦୟଲ ସ୍ପର୍ଶୀ ଲେଖା ଓ ସୁ-ସଂଗଠନ ଆଗାମୀ ଯୁବ ପିଢ଼ି ତଥା କାର୍ଯ୍ୟରତ ସାମ୍ବାଦିକଙ୍କୁ ନିଶ୍ଚିତ ପ୍ରେରଣା ଦେବ ବୋଲି ମତ ରଖିଥିଲେ । ନେତା ଖବର କାଗଜ ର ସାମ୍ବାଦିକ ଯୁଧିଷ୍ଠିର ସାହୁଙ୍କ ଦ୍ୱାରା ଆୟୋଜିତ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର ଓ ମନୋରଞ୍ଜନ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ବରିଷ୍ଠ ସାମ୍ବାଦିକ ବିନୟ ରଞ୍ଜନ ପ୍ରଧାନ, ଓୟୁଜେ ସଭାପତି ସନ୍ତୋଷ ମିଶ୍ର, ଓ଼ଜେୟୁ ସମ୍ପାଦକ ମହାଦେବ ମଲ୍ଲିକ, ସାମ୍ବାଦିକ ସୁଶାନ୍ତ ସାହୁ, ନିରଞ୍ଜନ ଭୋଇ, ଧନଞ୍ଜୟ ଆଡ଼ ଯୁଆଡି, ପବିତ୍ର ସିଂହ, ରାଜେଶ ଠେଲା, ପ୍ରମୁଖ ବହୁ ସାମ୍ବାଦିକ ଯୋଗ ଦେଇ ସ୍ୱର୍ଗତ ମଙ୍ଗରାଜଙ୍କ ଫଟୋଚିତ୍ର ରେ ଧୂପ ଦୀପ ପ୍ରଦାନ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ମଙ୍ଗରାଜଙ୍କୁ ହରାଇ ଏହା ରାଜ୍ୟର ସାମ୍ବାଦିକ ମହଲରେ ଗଭୀର ଆଘାତ ଲାଗିଛି ବୋଲି ମତ ରଖି ନିଜ ନିଜ ବକ୍ତବ୍ୟରେ ଶ୍ରୀ ମଙ୍ଗରାଜ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ରଖି ତାଙ୍କ ସ୍ମୃତି ଚାରଣ କରିଥିଲେ । କୋଭିଡ଼ କଟକଣା ଅନୁପାଳନ ପୂର୍ବକ ଆରମ୍ଭ ହୋଇଥିବା ଏହି ସୃତିସଭାରେ ପ୍ରଥମେ ସଭା ଆରମ୍ଭରେ ଦୁଇ ମିନିଟ ନିରବ ପ୍ରାର୍ଥନା କରି ସ୍ୱର୍ଗୀୟ ଆତ୍ମା ର ଶାନ୍ତି ଓ ସଦଗତି କାମନା କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

1 × two =