ବୌଦ୍ଧଜିଲ୍ଲା: ଖସୁଛି ସଂକ୍ରମଣ, ୧୯ ସଂକ୍ରମିତ ଚିହ୍ନଟ

0 94

ବୌଦ୍ଧ,୩୦/୬- ଆଜି ବୌଦ୍ଧ ଜିଲ୍ଲାରୁ ୧୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧବ୍ଲକର ତେଲିବନ୍ଧ ପଞ୍ଚାୟତ ସୁବମାପୁର ଗ୍ରାମରୁ ଜଣେ, ତାଳସରଡା ପଞ୍ଚାୟତ ସଂଗ୍ରାମପୁର ଗ୍ରାମରୁ ଜଣେ, ହରଭଙ୍ଗା ବ୍ଲକ ବନ୍ଧାପଥର ପଞ୍ଚାୟତ ନକୁଆନାଳି ଗ୍ରାମରୁ ଜଣେ, ପୁରୁଣାକଟକ ପଞ୍ଚାୟତ ଯାଜପୁର ଗ୍ରାମରୁ ଓ ପୁରୁଣାକଟକ ଗ୍ରାମରୁ ଜଣେ ଲେଖାଏଁ, କରଞ୍ଜକଟା ପଞ୍ଚାୟତ କରଞ୍ଜକଟା ଗ୍ରାମରୁ ଜଣେ, ତିଲେଶ୍ୱର ପଞ୍ଚାୟତ କୃଷ୍ଣପାଲି ଗ୍ରାମରୁ ଜଣେ, ମହାଲିକପଡା ପଞ୍ଚାୟତ ପଇଡଭୂଇଁ ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତ ଦେଢଣମାଲ ଗ୍ରାମରୁ ଜଣେ, ବିଳାସପୁର ପଞ୍ଚାୟତ ଧୁଣ୍ଡିଗୋରା ଗ୍ରାମରୁ ଜଣେ, କଣ୍ଟାମାଳ ପଞ୍ଚାୟତ କଣ୍ଟାମାଳ ଓ ବଡଛପାପାଲି ଗ୍ରାମରୁ ଜଣେଲେଖାଏଁ, ଖଲିଆପାଲି ପଞ୍ଚାୟତ ଅଇଁଳାଚୁଆଁ ଗ୍ରାମରୁ ଜଣେ, ପଲସାଗୋରା ପଞ୍ଚାୟତ ବାଘମୁଣ୍ଡା ଗ୍ରାମରୁ ଜଣେ, ଶୁଣ୍ଢିପଦର ପଞ୍ଚାୟତ କୁଣ୍ଢିପଦର ଗ୍ରାମରୁ ୩ଜଣ ଚିହ୍ନଟ ହୋଇଥିବାବେଳେ ବୌଦ୍ଧ ସହରାଞ୍ଚଳରୁ ମୁସଲିମପଡା ଓ ରେଭିନ୍ୟୁ କଲୋନୀରୁ ଜଣେଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୧୯୬ରେ ପହଞ୍ଚିଛି । ଆଜିସୁଦ୍ଧା କରୋନାରେ ୮୩ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

1 × 4 =