ମହାମହିମ ରାଜ୍ୟପାଳଙ୍କୁ ବୌଦ୍ଧ ବାର୍ତ୍ତାବହ ସ୍ମରଣିକା ପ୍ରଦାନ

0 65

ବୌଦ୍ଧ,୨୪/୧ – ଆଜି ମହାମହିମ ରାଜ୍ୟପାଳ ରଘୁବର ଦାସ ପ୍ରଥମଥର ପାଇଁ ବୌଦ୍ଧଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସ୍ଥାନୀୟ ଟାଉନହଲ ଠାରେ ଅନୁଷ୍ଠିତ ସାଧାରଣ ସଭାରେ କୃଷକମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ଅବସରରେ ବୌଦ୍ଧଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ତରଫରୁ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରି ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ପ୍ରତିବର୍ଷ ବୌଦ୍ଧ ପୁସ୍ତକମେଳା ଓ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ପ୍ରକାଶିତ ହେଉଥିବା ସ୍ମରଣିକା ବୌଦ୍ଧ ବାର୍ତ୍ତାବହ – ୨୦୨୩ ପୁସ୍ତକ ପ୍ରଦାନ କରିଥିଲେ । ପ୍ରତିନିଧି ମଣ୍ଡଳୀରେ ସାଧାରଣ ସଂପାଦକ ଯୁଗଳ କିଶୋର ସାମଲ, ସଦସ୍ୟ ସତ୍ୟଜିତ କୁମାର ପଣ୍ଡା, ଦିବ୍ୟରଞ୍ଜନ ପଟ୍ଟନାୟକ, ସତ୍ୟନାରାୟଣ ପାଣି, ଦେବାନନ୍ଦ ସାହୁ, ଦୀପକ ଅଦର, ସଞ୍ଜିବ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

two × 5 =