୪ ବର୍ଷ ପରେବି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ବି.ଏସ.ଏନ. ଏଲ. ଟାୱାର

0 623

ବୌଦ୍ଧ,୨୭/୧୧ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ଗ୍ରାମ ଠାରେ ଚାରିବର୍ଷ ହେଲା ଉପାନ୍ତ ଅଞ୍ଚଳରେ ସଞ୍ଚାର ବ୍ୟବସ୍ଥା ଯୋଗାଇ ଦେବାପାଇଁ ଗୋଟିଏ ବି.ଏସ.ଏନ.ଏଲ. ଟାୱାର ସ୍ଥାପନ କରାଯାଇଥିଲା । ଇତିମଧ୍ୟରେ ୪ବର୍ଷ ବିତି ଯାଇଥିଲେ ମଧ୍ୟ ଉକ୍ତ ଟାୱାର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ବୋଲି ସେ ଅଂଚଳର ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି । ଏ ଟାୱାର ଜରିଆରେ ଆଉଟ୍‌ ଗୋଇଙ୍ଗ କଲ୍‌ ଠିକ୍‌ ଭାବରେ ସଂଯୋଗ ହୋଇପାରୁନଥିବା ଦେଖିବାକୁ ମିଳୁଛି । ନେଟୱାର୍କ ମୋଟେ ଆସୁନଥିବା ହେତୁ ମୋବାଇଲ ବ୍ୟବହାରକାରୀମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୁଏ ।

hiring

ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବି.ଏସ.ଏନ.ଏଲ. କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି । କମ୍ପାନୀ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି ମାତ୍ର ତାହା ଲୋକଙ୍କ ସେବାରେ ଆସୁନଥିବା ହେତୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

19 − four =