ଉଜୁଡି ଯାଉଛି ଗ୍ରାମ୍ୟ ଜଙ୍ଗଲ, ବନ ସୁରକ୍ଷା ପାଇଁ ଦାବି !

0 484

ବୌଦ୍ଧ,୨୭/୧୧ – ବୌଦ୍ଧବ୍ଲକ୍‌ ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ଶଗଡା ଗ୍ରାମ ପଞ୍ଚାୟତ ଶରଧାପାଲି ଗ୍ରାମ ଜଙ୍ଗଲ ଦିନକୁଦିନ କ୍ଷୟ ହେଉଥିବା ବେଳେ ବନ ବିଭାଗ ନିଦାବିଷ୍ଣୁ ପାଲଟିଛି । ପ୍ରାୟ ୩୦ ବର୍ଷ ହେଲା ଗ୍ରାମବାସୀ ଉକ୍ତ ଜଙ୍ଗଲକୁ ସୁରକ୍ଷା ଦେଇଥିଲେ । ବହୁ ମୂଲ୍ୟବାନ୍‌ ଗଛ ଯଥା ଶାଳ, ପିଆଶାଳ, ଶାଗୁଆନ, ଧଉରା, ସୁନାରୀ, ଅଁଳା, ଚାର, କରଡା, ହରିଡା ଗଛରେ ଭରପୁର ଥିବା ଉକ୍ତ ଗ୍ରାମ୍ୟ ଜଙ୍ଗଲ ବର୍ତ୍ତମାନ କ୍ଷୟ ହେଉଥିବା ଦେଖିବାକୁ ମିଳୁଛି । କିଛି ଅସାଧୁ ଲୋକ ଏ ସବୁ ମୂଲ୍ୟବାନ୍‌ ଗଛ କାଟି ନେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେହିପରି ଉକ୍ତ ଜଙ୍ଗଲ ମଧ୍ୟରେ ଥିବା ମାଙ୍କଡ, ବିଲୁଆ ଆଦି ବନ୍ୟଜନ୍ତୁମାନେ ମଧ୍ୟ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ବନ ଉଜୁଡି ଯାଉଥିବାରୁ ପରିବେଶ ପ୍ରେମୀଙ୍କୁ ବ୍ୟଥିତ କରୁଛି । ବନର ସୁରକ୍ଷା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଗ୍ରାମର ସନତ କ୍ଷେତି, ବିଶିକେଶନ ସାହୁ, ପରେଶ ପ୍ରଧାନ, ହିରୋ ମଲିକ ପ୍ରମୁଖ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

four × five =