ବନ ବିଭାଗ ପକ୍ଷରୁ ବେଆଇନ କରତକଳ ଉପରେ କାର୍ଯ୍ୟାନୁଷ୍ଠାନ ଚଢ଼ାଉରେ କରତକଳ ସହିତ ଲକ୍ଷାଧିକ ଟଙ୍କାର କାଠ ଜବତ

0 89

ସମ୍ବଲପୁର,୨୭/୧୧- ନଗର ମଝିରେ ବେଆଇନ କରତକଳ ଗୁଡିକ ଚାଲୁ ରହିଛି ଓ ସେମାନଙ୍କ ଉପରେ ବାରମ୍ବାର ଚଢ଼ାଉ ସହିତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏହା ସମ୍ପୂର୍ଣ୍ଣ ରୂପେ ବନ୍ଦ ହେଉନାହିଁ । ଏପରିକି ଗତ ଡିସେମ୍ବର ମାସରୁ ଏପର୍ଯ୍ୟନ୍ତ ସ୍ଥାନୀୟ ଫାର୍ମରୋଡ଼, ଚେରୁଆପଡା ଓ କମଲିବଜାର ଅଞ୍ଚଳରେ ସଞ୍ଚାଳିତ ବେଆଇନ କରତକଳ ଗୁଡିକ ଉପରେ ପ୍ରାୟ ଦଶ ଥର ଚଢ଼ାଉ ହେଲାଣି, କିନ୍ତୁ ସେଗୁଡିକ ସେହିଠାରେ ପୁଣି ଚାଲୁଛି । ଆଶଙ୍କା କରାଯାଉଛି ଯେ ଏହା ପଛରେ ଏକ ଶକ୍ତିଶାଳୀ ରେକେଟ କାମକରୁଛି ଏଥିପାଇଁ ଏହା ନିୟନ୍ତ୍ରଣରେ ଆଣିବାପାଇଁ ବନବିଭାଗ ପକ୍ଷରୁ ବାରମ୍ବାର ଚେଷ୍ଟା ସତ୍ତେ୍ୱ କୌଣସି ଫଳପ୍ରଦ ହେଉନାହିଁ । ଏହାର ଏକ ପ୍ରମୁଖ କାରଣ ହେଲା ପ୍ରତ୍ୟେକ ଚଢ଼ାଉ ପୂର୍ବରୁ ଏହି ଅସାଧୁ କରତକଳ ମାଲିକ ଖବରପାଇ ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହେଉଛନ୍ତି ଓ ମାମଲା ଶାନ୍ତ ହେଲାପରେ ପୁଣି ସେହିଠାରେ ସେମାନେ ତାଙ୍କର ଗତିବିଧି ଜାରି ରଖିଛନ୍ତି । ଏଣୁ ସେମାନଙ୍କ ସହିତ ବିଭାଗର କିଛି ନିବିଡ଼ ସମ୍ପର୍କ ଆଶଙ୍କା ରହୁଛି । ଏହିକ୍ରମରେ କାଲି ଅପରାହ୍ନ ସମୟରେ ଜିଲ୍ଲା ବନ ବିଭାଗର ସତର୍କତା ଶାଖା ପକ୍ଷରୁ ଚଢ଼ାଉ କରାଯାଇ ସମୁଦାୟ ୧୧୨ ଘନଫୁଟ ବିଭିନ୍ନ କାଠ ଜବତ କରାଯାଇଛି ।ଏଥିରେ ୬୨ ଘନଫୁଟ ଶାଳକାଠ ସହିତ ୫୦ ଘନଫୁଟ ଜାଳକାଠ ସାମିଲ ରହିଛି । ଏହା ସହିତ ଏଥିପାଇଁ ବ୍ୟବହୃତ ବିଭିନ୍ନ କାଠ କାଟିବା ମେସିନ ମଧ୍ୟ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି କୁହାଯାଇଛି । ଚଢ଼ାଉରେ ବନବିଭାଗର ସ୍ଥାନୀୟ କର୍ମଚାରୀ, ସତର୍କତା ବିଭାଗ ଓ କ୍ଷେତରାଜପୁର ଥାନାଧିକାରୀଙ୍କ ସହିତ ୬୦ରୁ ଅଧିକ କର୍ମଚାରୀ ସାମିଲ ରହିଥିଲେ ।

hiranchal ad1
Leave A Reply

Your email address will not be published.

5 × 5 =