ବୌଦ୍ଧ: ପୁଣି ବଢିଲା କରୋନା ଗ୍ରାଫ, ଆଜି ୪୧ ଜଣ ସଂକ୍ରମିତ ଚିହ୍ନଟ

0 146

ବୌଦ୍ଧ,୨୪/୬- ଆଜି ବୌଦ୍ଧ ଜିଲ୍ଲାରୁ ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧ ବ୍ଲକରୁ ମାତ୍ର ଜଣେ, ହରଭଙ୍ଗା ବ୍ଲକରୁ ୨୬ ଜଣ ଚିହ୍ନଟ ହୋଇଥିବାବେଳେ ବାଣୀଭୂଷଣ ପଞ୍ଚାୟତ ମାର୍ଦ୍ଦିଙ୍ଗ ଗ୍ରାମରୁ ସର୍ବାଧିକ ୧୧ଜଣ , କଣ୍ଟାମାଳ ବ୍ଲକରୁ ୯ ଜଣ ଓ ବୌଦ୍ଧ ଏନଏସିରୁ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜିପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାରେ ମୋଟ ୧୨୦୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ସୁଦ୍ଧା କୋଭିଡରୁ ୧୧୫୭୩ ଜଣ ସୁସ୍ଥ ହୋଇଥିବା, ଚିକିତ୍ସାଧୀନ ଆକ୍ରାନ୍ତଙ୍କ ସଂଖ୍ୟା ୩୭୨, ରିପୋର୍ଟ ଅପେକ୍ଷାରେ ୩୨୭ଜଣ ରହିଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ ଆଜିି ସୁଦ୍ଧା ୭୮ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

hiranchal ad1
Leave A Reply

Your email address will not be published.

fifteen + 14 =