ବୌଦ୍ଧ: ନବଯୈ।ବନ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

0 47

ବୌଦ୍ଧ,୨୯/୬: ବୌଦ୍ଧ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣମୀ ଠାରୁ ଅଣସର ଘରେ ରହିବାପରେ ଆଜି ଅଣସର ଘରୁ ବାହାରି ନବଯୈ।ବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏଥିସହ ନେତ୍ର ଉତ୍ସବ ଅବସରରେ ଠାକୁରଙ୍କ ରଥ ପ୍ରତିଷ୍ଠା କରାଯାଇ ଧ୍ୱଜା ବନ୍ଧାଯାଇଛି । ଆଜି ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିବାବେଳେ ପ୍ରାଣପ୍ରତିଷ୍ଠା କରାଯାଇଥିଲା । କର୍ତ୍ତାଭାବେ ପରିଚାଳନା କମିଟି ସଭାପତି ରଘୁନାଥ ଷଡଙ୍ଗୀ କାର୍ଯ୍ୟ ତୁଲାଇଥିବାବେଳେ ମନ୍ଦିରର ମୁଖ୍ୟ ପୂଜକ ସୁରମଣି ପଣ୍ଡା ଓ ସହଯୋଗୀ ପୂଜକ ବିଭୁଦତ୍ତ ପଣ୍ଡା ପୂଜାକାର୍ଯ୍ୟ ସଂପାଦନ କରିଥିଲେ । ସନ୍ଧ୍ୟାରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରିଛନ୍ତି । ଆସନ୍ତା ଜୁଲାଇ ୧ତାରିଖ ଠାକୁରଙ୍କ ଘୋଷଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

19 − three =