ରକ୍ତ ଦେଇ ବାଳକଙ୍କ ଜୀବନ ବଞ୍ଚାଇଲେ ଛାତ୍ରୀ

0 102

କରଞ୍ଜିଆ :କରଞ୍ଜିଆ ସହର ସ୍ଥିତ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଜଣେ ତିନି ବର୍ଷର ବାଳକ ଠାକୁରମୁଣ୍ଡା ତରାମରା ଅଞ୍ଚଳର ଥାଲାସେମିଆ ରୋଗାକ୍ରାନ୍ତ ରାମେଶ୍ୱର ଦେହୁରୀ ପାଇଁ ଏ ପଜିଟିଭ ରକ୍ତର ଆବଶ୍ୟକତା ପଡିଥିଲା । ଏ ସଂପର୍କରେ ସେମାନେରାଇରଙ୍ଗପୁର ସହର ସ୍ଥିତ ନିରଞ୍ଜନ ସାହୁ କରଞ୍ଜିଆ ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କରଞ୍ଜିଆ ଯୁବ ରେଡକ୍ରସ ବିଭାଗର ପରାମର୍ଶଦାତା ଓଡିଆ ଅଧ୍ୟାପକ ମାନସ ରଞ୍ଜନ ବେହେରାଙ୍କ ସହ ଯୋଗାଯୋଗ କରିଥିଲେ । ଏହାପରେ କରଞ୍ଜିଆ ସହରର ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ସେହନାଜ ବେଗମ ଓ ଏସ କେ ଅସରଫଙ୍କ ଝିଅ ସାନିଆଁ ଅସରଫ ସେ ବାଳକକୁ ରକ୍ତ ଦେବାକୁ ଆଗେଇ ଆସିଥିଲେ । ସାନିଆଁ ବର୍ତ୍ତମାନ କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନିର ଛାତ୍ରୀ ଅଟନ୍ତି । ତାଙ୍କ ଏହି ମହାନ କାମ ପାଇଁ କରଞ୍ଜିଆବାସୀ ଓ ଉକ୍ତ ବାଳକଟିର ମାତା ପିତା, ପରିବାରବର୍ଗ ସାନିଆଁକୁ ଧନ୍ୟବାଦ ଅର୍ପଣ କରିଥିଲେ । ସେ ଏପରି କାର୍ଯ୍ୟ ଆଗକୁ ଜାରି ରଖିବି ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

four + twelve =