ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଜିଲା ବିଗୁଲ, ଜାଣନ୍ତୁ କେବେ

0 132

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା ପରେ ବର୍ତ୍ତମାନ ଉପରାଷ୍ଟ୍ରପତି ନିର୍ବାଚନର ତାରିଖ ଘୋଷଣା କରାଯାଇଛି । ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅଗଷ୍ଟ ୬ ରେ ଅନୁଷ୍ଠିତ ହେବ ବୋଲି ଭାରତର ନିର୍ବାଚନ କମିଶନ ପକ୍ଷରୁ ଘୋଷଣା କରାଯାଇଛି । ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୧ ରେ ଶେଷ ହେବ । ଏଭଳି ପରିସ୍ଥିତିରେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିର୍ବାଚନ କରିବା ଆବଶ୍ୟକ ଥିଲା ।

hiring

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁଲାଇ ୫ରେ ବିଜ୍ଞପ୍ତି ଜାରି କରାଯିବ । ଏଥି ସହିତ, ନାମାଙ୍କନପତ୍ରର ଶେଷ ତାରିଖ ୧୯ ଜୁଲାଇ ହୋଇଥିବା ବେଳେ ଜୁଲାଇ ୨୦ ରେ ପ୍ରାର୍ଥୀଙ୍କ ଯାଞ୍ଚ କରାଯିବ । ଏଥି ସହିତ, ପ୍ରାର୍ଥୀ ପ୍ରତ୍ୟାହାରର ଶେଷ ତାରିଖ ଜୁଲାଇ ୨୨କୁ ରଖାଯାଇଛି ।
ରାଷ୍ଟ୍ରପତି ନିର୍ବାଚନ ପାଇଁ ଯଦି ମତଦାନ ଆବଶ୍ୟକ ହୁଏ ତେବେ ଅଗଷ୍ଟ ୬ ରେ ଏହା ପାଇଁ ଭୋଟ୍‌ ଗ୍ରହଣ ହେବ । ମତଦାନ ସମୟ ସକାଳ ୧୦ ଟାରୁ ୫ ଟା ପର୍ଯ୍ୟନ୍ତ ହେବ । ଭୋଟ ଗଣତି ମଧ୍ୟ ମତଦାନ ଦିନ କରାଯିବ ।

hiranchal ad1
Leave A Reply

Your email address will not be published.

eighteen − fourteen =