ସହରରେ ପଲିଥିନ ବ୍ୟବହାର ନେଇ ଧରପକଡ, ୧୬୦୦ ଟଙ୍କା ଜରିମାନା ସହ ୯କେଜି ପଲିଥିନ ଜବତ

0 50

ଘୁ ଉଦୟଗିରି:ସ୍ଥାନୀୟ ସହରରେ ଆଜି ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ଦଳ ସ୍ଥାନୀୟ ସହରର ବିଭିନ୍ନ ଦୋକାନରେ ଚଢ଼ାଉ କରିଥିଲେ । ହଠାତ ଏହି ଚଢାଉ କରିବା ଦେଖି ଅନେକ ଦୋକାନି ଛାନିଆ ହୋଇଯାଇଥିଲେ । ପୂର୍ବରୁ ପଲିଥିନ ବ୍ୟବହାର କରିବାକୁ ବାରଣ କରାଯାଇ ସଚେତନ କରାଯାଇଥିଲେ ମଧ୍ୟ ଏହାକୁ ଦୃଷ୍ଟିରେ ନ ରଖି ବା ଧ୍ୟାନ ନ ଦେଇ କେତେକ ଦୋକାନୀ ପଲିଥିନ ଖୁଲମ୍‌ ଖୁଲା ବ୍ୟବହାର କରୁଛନ୍ତି ।ତେବେ ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପରିଷଦ ନିର୍ବାହୀ ଅଧିକାରୀ ନିଜର ଦଳ ସହିତ ଚଢାଉ ଆରମ୍ଭ କରିଥିଲେ ଓ ୩ଟି ଦୋକାନ ଠାରୁ ୧୬୦୦ ଟଙ୍କା ଜୋରିମାନା ଆଦାୟ କରିଥିବା ବେଳେ ୯ କେଜି ପଲିଥିନ ଜବତ କରିଥିଲେ । ସଚେତନ ଯେତିକି କରାଗଲେ ମଧ୍ୟ ଲୋକେ ସଚେତନ ହେଉ ନ ଥିବା କାରଣରୁ ପଲିଥିନ୍‌ ବ୍ୟବହାର କମୁ ନାହିଁ । ସେପଟେ କେନ୍ଦ୍ର ସରକାର ଆସନ୍ତା ଜୁଲାଇ ୧ ତାରିଖରୁ ସିଙ୍ଗଲ ବ୍ୟବହାରିକ ପଲିଥିନ ବ୍ୟବହାର ଉପରେ ରୋକ ଲଗେଇଛନ୍ତି ଓ ସାରା ଦେଶରେ ଏହାର ବ୍ୟବହାର ଉପରେ ନିଷିଦ୍ଧ ହୋଇଛି ।କାରଣ ପ୍ଲାଷ୍ଟିକ ବ୍ୟବହାର ଦ୍ୱାରା ପରିବେଶ ପ୍ରଦୂଷଣ ହେଉଥିବା ଯୋଗୁଁ ଏହିପରି ସରକାର ପଦକ୍ଷେପ ନେଉଛନ୍ତି । ତେଣୁ ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ ମଧ୍ୟ ବ୍ୟବହାର ନ କରିବା ପାଇଁ ଆଜି ପରିଷଦର ଏକ ଦଳ ଏହି ଚଢାଉ କରିଥିବା ବେଳେ ଆଗାମୀ ଦିନମାନଙ୍କରେ ମଧ୍ୟ ଏହି ପରି ଚଢାଉ ଜାରି ରହିବ ବୋଲି ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

twelve − three =