ସରପଞ୍ଚ ଦେଖାଇଲେ ଜିଲ୍ଲାପାଳ କ୍ଷମତା, ଦୈନିକ ବଜାର ଅନିର୍ଦ୍ଦିିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ

0 447

ବୌଦ୍ଧ/ ଜହ୍ନାପଙ୍କ,୨୦/୫- ଗ୍ରାମାଞ୍ଚଳରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବଢିଚାଲିଥିବାବେଳେ ସାପ୍ତାହିକ ଓ ଦୈନିକ ବଜାରରେ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ସାମାଜିକ ଦୂରତା ନରହିବା, ମାସ୍କ ନପିନ୍ଧିବା ଆଦି କରୋନା କଟକଣାକୁ ଲୋକମାନେ ମାନୁନଥିବା ଯୋଗୁଁ ବୌଦ୍ଧବ୍ଳକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ନାରାୟଣନଗରର ଦୈନିକ ବଜାର ହାଟପଦାକୁ କିଛିଦିନ ତଳେ ସ୍ଥାନାନ୍ତର କରାଯାଇଥିଲା । ତଥାପି ଲୋକ ଅମାନିଆ ହେବାର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଲକଡାଉନ ୨.୦ ଆରମ୍ଭ ହେବା ପରେ ରାଜ୍ୟ ସରକାର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେବାପରେ ଗୁରୁବାର ଲକ୍ଷ୍ମୀପ୍ରସାଦ ସରପଞ୍ଚ ରାଜେନ୍ଦ୍ର ମେହେର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନାରାୟଣନଗରର ଦୈନିକ ବଜାରକୁ ବନ୍ଦ କରି ଦେଇଛନ୍ତି । ଏହାକୁ ଅଞ୍ଚଳରେ ସ୍ୱାଗତ କରିବା ସହିତ ସରପଞ୍ଚଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରାଯାଇଛି । ଆଗକୁ ଅମାନିଆଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ସରପଞ୍ଚ କହିଛନ୍ତି ।

hiranchal ad1
Leave A Reply

Your email address will not be published.

eight + 10 =