କୋଭିଡ୍‌ ହସପିଟାଲରେ ମୃତ୍ୟୁବରଣ କଲେ ସ୍ୱେଚ୍ଛାସେବୀ ସନ୍ତୋଷ ସାହୁ

0 6,168

ବୌଦ୍ଧ/ ଜହ୍ନାପଙ୍କ,୨୦/୫- ବୌଦ୍ଧ ଜିଲ୍ଲାର ଜଣାଶୁଣା ସ୍ୱେଚ୍ଛାସେବୀ ବୌଦ୍ଧବ୍ଲକ୍‌ ଲକ୍ଷ୍ମୀପ୍ରସାଦ ଗ୍ରାମର ସନ୍ତୋଷ କୁମାର ସାହୁ ଗତକାଲି ବୁଧବାର ରାତି ପ୍ରାୟ ୧୦ ଘଣ୍ଟା ସମୟରେ ବୌଦ୍ଧସ୍ଥିତ କୋଭିଡ୍‌ ହସପିଟାଲରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜକୁ ପ୍ରାୟ ୧୨ ଦିନ ତଳେ ସନ୍ତୋଷଙ୍କ କୋଭିଡ୍‌ ପଜିଟିଭ ବାହାରିଥିଲା । କିଛି ଦିନ ଘରେ ହୋମ୍‌ ଆଇସୋଲେସନ୍‌ରେ ରହିବା ପରେ ଅସୁସ୍ଥ ଅନୁଭବ କରିବାରୁ ଗତ ଗୁରୁବାର ଦିନ ବୌଦ୍ଧ କୋଭିଡ୍‌ ହସପିଟାଲରେ ଭର୍ତ୍ତିର୍ି ହୋଇଥିଲେ । ଟିକିଏ ସୁସ୍ଥ ଅନୁଭବ କରିବା ପରେ ୁ ସୋମବାର ଦିନ ସକାଳେ କୋଭିଡ୍‌ ହସପିଟାଲରୁ ଡିସଚାର୍ଜ ହୋଇଥିଲେ । ଘରେ ଆଇସୋଲେସନ୍‌ରେ ଥାଇ ବୁଧବାର ସନ୍ଧ୍ୟାରେ ଅକ୍ସିଜେନ କମିଯିବା ଫଳରେ ଗୁରୁତର ହୋଇଥିଲେ ଓ ଗତକାଲି ରାତି ପ୍ରାୟ ୮ ଘଣ୍ଟା ସମୟରେ ଆମ୍ବୁଲାନସ୍‌ ଯୋଗେ ବୌଦ୍ଧ କୋଭିଡ୍‌ ହସପିଟାଲରେ ପୁନଃ ଭର୍ତ୍ତି ହୋଇଥିଲେ । ତାଙ୍କୁ ଅକ୍ସିଜେନ ଦିଆଯାଇଥିଲା ଓ ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ୧୦ ଘଣ୍ଟା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେ ଜଣେ ସମାଜସେବୀ, ପରୋପକାରୀ, ମେଳାପୀ, ମିଷ୍ଟଭାଷୀ ଭାବେ ଅଞ୍ଚଳରେ ବେଶ ଲୋକପ୍ରିୟ ଥିଲେ । ସେ ଦୀର୍ଘ ୩୫ ବର୍ଷ କାଳ ଆନନ୍ଦ ମାର୍ଗ ସେବା ସଂସ୍ଥାର ମାର୍ଗୀ ଥାଇ ଲୋକଙ୍କୁ ବିଭିନ୍ନ ସମୟରେ ସେବା ଯୋଗାଇ ଦେଇଛନ୍ତି । ୫ ବର୍ଷ ହେଲା ପାରାଲିଗାଲ ସ୍ୱେଚ୍ଛାସେବୀ ଭାବେ ଜିଲ୍ଲା ଆଇନସେବା ପ୍ରାଧିକରଣ କାର୍ଯ୍ୟାଳୟ ବୌଦ୍ଧ ପକ୍ଷରୁ କାର୍ଯ୍ୟକରି ଆସୁଥିଲେ । ଆଜି ବୌଦ୍ଧ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ପରଲୋକରେ ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ସମାଜସେବୀ କେଦାରନାଥ ସାହୁ, ଲକ୍ଷ୍ମୀପ୍ରସାଦ ସରପଞ୍ଚ ରାଜେନ୍ଦ୍ର ମେହେର, ମାରୁତି ଯୁବକ ସଙ୍ଘର ସଭାପତି ସୁଧାଂଶୁ ଶେଖର ମିଶ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଶୋକରେ ଆଜି ନାରାୟଣନଗରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ତାଙ୍କର ଏକମାତ୍ର ପୁଅ ତନ୍ମୟ ଓ ସ୍ତ୍ରୀ ଅଛନ୍ତି । ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାବେଳେ ତାଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

10 − two =