ବୌଦ୍ଧଜିଲ୍ଲା ଟେଷ୍ଟ ପଜିଟିଭ ରେଟ୍‌ ଚିନ୍ତାଜନକ, ୫୪ ପ୍ରତିଶତ ସହ ରାଜ୍ୟରେ ପ୍ରଥମ

0 786

ବୌଦ୍ଧ,୩୧/୫- କୋଭିଡ ଟେଷ୍ଟିଂ ରାଜ୍ୟରେ ବ୍ୟାପକ କରାଯାଉଥିବାବେଳେ ଟୀକାକରଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ବିଶେଷଜ୍ଞଙ୍କ ପରାମର୍ଶକୁ ଆଧାରକରି ସରକାର ମଧ୍ୟ ପଦକ୍ଷେପ ନେଉଛନ୍ତି । ପଜିଟିଭ ରେଟ୍‌କୁ ଆଧାରକରି ତିନୋଟି ଜିଲ୍ଲାରେ ଲକ୍‌ ଡାଉନରେ ସାମାନ୍ୟ କୋହଳ କରାଯାଇଥିବାବେଳେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ କଟକଣାକୁ ବଳବତ୍ତର ରଖାଯାଇଛି । ପଶ୍ଚିମ ଓଡିଶାରେ ପଜିଟିଭ ରେଟ୍‌ କମୁଥିବାବେଳେ ବାତ୍ୟାପରେ ଉପକୂଳ ଓଡିଶାରେ ସଂକ୍ରମଣ ବୃଦ୍ଧିପାଇବାର ଆଶଙ୍କା ଥିବାରୁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି । ଆଜି ଜାତୀୟ ସମ୍ବାଦପତ୍ର ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ଖବର ବୌଦ୍ଧଜିଲ୍ଲା ସକାଶେ ମୁଣ୍ଡବିନ୍ଧାର କାରଣ ହୋଇଛି । ୫ଶହରୁ ଉର୍ଦ୍ଧ କେଶ୍‌ ଥିବା ଜିଲ୍ଲାମାନଙ୍କ ମଧ୍ୟରେ ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ୱର, ଢେଙ୍କାନାଳ, କୋରାପୁଟ ସମେତ ବୌଦ୍ଧଜିଲ୍ଲାର ନାମ ରହିଛି । ରାଜ୍ୟରେ ଟେଷ୍ଟ ପଜିଟିଭ ରେଟ୍‌ ୧୪.୫ ପ୍ରତିଶତ ଥିବାବେଳେ କିନ୍ତୁ ବୌଦ୍ଧଜିଲ୍ଲାର ପଜିଟିଭ ରେଟ୍‌ ୫୪ ପ୍ରତିଶତ ରହିଛି । ପାଞ୍ଚୋଟି ଜିଲ୍ଲାରେ ଏହି ରେଟ୍‌ ୧୦ ପ୍ରତିଶତରୁ ତଳେ ରହିଥିବାବେଳେ ବୌଦ୍ଧଜିଲ୍ଲା ପାଇଁ ଏହା ଚିନ୍ତାଜନକ । ବୌଦ୍ଧଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଉଥିବା ସତ୍ୱେ ନିର୍ଦ୍ଦିଷ୍ଟ କେତେକ କାରଣ ଯୋଗୁଁ ବୌଦ୍ଧଜିଲ୍ଲାରୁ ଏହିପରି ପରିସଂଖ୍ୟନ ମିଳିଥିବା କୁହାଯାଉଛି ।

hiring

ବୌଦ୍ଧ ସହରରେ ସଂକ୍ରମଣ ଏକସଂଖ୍ୟା ବିଶିଷ୍ଟକୁ ଖସି ଆସିଥିବାବେଳେ ଗ୍ରାମାଞ୍ଚଳରେ ଏହାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ଗୋଟିଏ ଗ୍ରାମରେ ଏହାର ସଂଖ୍ୟା ବହୁ ଅଧିକ ରହୁଥିବା କାରଣ ସଂପର୍କରେ ଭିନ୍ନଭିନ୍ନ ମତ ପ୍ରକାଶ ପାଉଛି । ପ୍ରଶାସନିକ କଟକଣା ସତ୍ୱେ ସାପ୍ତାହିକ ହାଟ ଅମାନିଆ ଭାବେ ହେଉଥିବାରୁ ଏହାର ଆଖପାଖ ଗ୍ରାମରେ ସଂକ୍ରମଣ ବୃଦ୍ଧି ପାଉଛି । ସେହିପରି ଗ୍ରାମାଞ୍ଚଳରେ ଅନେକ ପରିବାରରେ ପଜିଟିଭ ରୋଗୀ ପୃଥକାବାସରେ ରହିପାରୁନାହାନ୍ତି । ଅନେକ ସ୍ଥାନରେ ପୃଥକାବାସ ପାଇଁ ସରକାରୀ ସ୍ତରରେ ଆବଶ୍ୟକତା ଦୃଷ୍ଟିରୁ ବ୍ୟବସ୍ଥା କରି ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି । ପ୍ରଶାସନକୁ ସହଯୋଗପୂର୍ବକ ସରପଞ୍ଚ ମାନଙ୍କ ଭୁମିକା ଏ କ୍ଷେତ୍ରରେ ଦୃଢ ଓ କଡା ଆଭିମୁଖ୍ୟ ରହିବାର ଆବଶ୍ୟକତା ରହିଛି ।

hiranchal ad1
Leave A Reply

Your email address will not be published.

nine + fourteen =