ଅସହାୟ କୋଭିଡ ମୃତକଙ୍କ ଶବସତ୍କାର କଲା ଟିମ ହ୍ୟୁମାନିଟି

0 267

ଫୁଲବାଣୀ,୩୧/୫- ବ୍ରାହ୍ମଣପାଦ ଅଞ୍ଚଳର ଜଣେ ୫୫ ବର୍ଷୀୟ ବୃଦ୍ଧ କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇ ଫୁଲବାଣୀ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ବହୁ ଦିନର ସଂଘର୍ଷ ପରେ ଆଜି ସକାଳ ସମୟରେ ସେ ମୃତ୍ୟୁବରଣ କରିଥିଲେ । ମୃତ ଶରୀର ଚକାପାଦ ପହଞ୍ଚିବା ପରେ ତା’ର ସତ୍କାର ନିମନ୍ତେ ବ୍ଲକ ବି.ଡି.ଓ ଟିମ୍‌ ହ୍ୟୁମାନିଟି କନ୍ଧମାଳ ଟିକାବାଲି ସଦସ୍ୟ ହିରୋ ନାୟକ ଙ୍କ ସହ ଯୋଗାଯୋଗ କରି ଆଲୋଚନା କରିଥିଲେ । ଖବର ଶୁଣିବା ପରେ ଟିମ୍‌ ହ୍ୟୁମାନିଟି କନ୍ଧମାଳର କାଠଗୋଲା (ଯାହାକି ଅସହାୟ ଲୋକଙ୍କ ପାଇଁ ଉଦ୍ଦିଷ୍ଟ )ରୁ କାଠ ଯୋଗାଡ଼ କରି ଚକାପାଦ ରେ ପହଞ୍ଚି ଥିଲେ । ଚକାପାଦ ତହସିଲଦାର, ବିଡ଼ିଓ , ଚକାପାଦ ବ୍ଲକ ଏଇ ଏବଂ ବ୍ରାହ୍ମଣପାଦ ମେଡିକାଲ ଅଫିସରଙ୍କ ଉପସ୍ଥିତିରେ ଟିମ୍‌ ସଦସ୍ୟ ହିରୋ ନାୟକ ଓ ନୀଳମାଧବ ପାତ୍ର ଏବଂ ମୃତ ବୃଦ୍ଧଙ୍କ ଦୁଇ ପୁତୁରାଙ୍କ ଦ୍ୱାରା ଉକ୍ତ ଶବ ସତ୍କାର କରାଯାଇଥିଲା । ଟିମ୍‌ ହ୍ୟୁମାନିଟି କନ୍ଧମାଳ ଞ୍ଚଆଗରୁ ଏଭଳି ଅନେକ ଶବ ଦାହ କ୍ଷେତ୍ରରେ ନିଜକୁ ସାମିଲ୍‌ କରିସାରିଛି ଏବଂ ଆଗକୁ ଏଭଳି କାମ ପାଇଁ ସଦା ସର୍ବଦା ନିଜକୁ ପ୍ରସ୍ତୁତ ରଖିଛି ବୋଲି ଟିମ ହ୍ୟୁମାନିଟିର ଆବାହକ ଭି. ଲୋକନାଥ ରାଜୁ କହିଛନ୍ତି ।

hiranchal ad1
Leave A Reply

Your email address will not be published.

13 + four =