ରାଜ୍ୟ ଶିଶୁସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ବୌଦ୍ଧଗସ୍ତ

0 107

ବୌଦ୍ଧ,୪ା୧୨ : ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସନ୍ଧ୍ୟାବତୀ ପ୍ରଧାନ ଦିନିକିଆ ବୌଦ୍ଧଜିଲା ଗସ୍ତରେ ଆସି ଶିଶୁ ସୁରକ୍ଷା ସଚେତନତା ରଥର ଉଦଘାଟନ କରିବା ସହିତ ସ୍ଥାନୀୟ ଟାଉନହଲଠାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ସଚେତନତା ରଥ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପରିକ୍ରମା କରିବା ସହିତ ବାଲ୍ୟବିବାହ,ଶିଶୁଶ୍ରମିକ,ଶିଶୁମାନଙ୍କ ଶିକ୍ଷା ଅଧିକାର ଭଳି ସଚେତନତା ସୃଷ୍ଟି କରିବ । ଆୟୋଜିତ ସଭାରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ମୁଖ୍ୟଅତିଥି ଭାବରେ ଯୋଗଦେଇ ଶିଶୁମାନେ ଦେଶର ଭବିଷ୍ୟତ, ସେମାନଙ୍କ ଅଧିକାରର ସୁରକ୍ଷା ସମସ୍ତଙ୍କର ସାମାଜିକ ଦାୟିତ୍ୱ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ସ୍ୱତନ୍ତ୍ର ଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ବୌଦ୍ଧଜିଲାରେ ଶିଶୁଶ୍ରମିକ ଓ ବାଲ୍ୟବିବାହ ସଚେତନତା କାର୍ଯ୍ୟକ୍ରମ ଠିକ୍‌ ଭାବରେ ପରିଚାଳନା ହେଉଥିବା ପ୍ରକାଶ କରିବା ସହିତ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସଂପୂର୍ଣ୍ଣ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ ଘୋଷଣା ପାଇଁ ସଂକଳ୍ପ କରିବାକୁ ଆହ୍ୱାନ ଜଣାଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଓଡିଶା ରାଜ୍ୟଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ଦିବ୍ୟା ଶାଶ୍ୱତୀ ଯୋଗଦେଇ କିଶୋର/କିଶୋରୀମାନେ ସଚେତନ ହୋଇ ସାହାସର ସହ ବାଲ୍ୟ ବିବାହକୁ ବିରୋଧ କଲେ ଜିଲାରେ ବାଲ୍ୟ ବିବାହ ପ୍ରଥାକୁ ସମ୍ପୂର୍ଣ୍ଣ ବନ୍ଦ କରିହେବ ବୋଲି କହିଥିଲେ । ସମ୍ମାନିତ ଅତିଥି ତଥା ପ୍ରଶିକ୍ଷକ ଭାବରେ ସେଭ ଦ ଚିଲ୍ଡରେନ ପକ୍ଷରୁ ସନ୍ତୋଷ କୁମାର ସ୍ୱାଇଁ ଯୋଗଦେଇ ଶିଶୁ ଅଧିକାର, ଶିଶୁସୁରକ୍ଷା ଓ ବାଲ୍ୟ ବିବାହର କୁପରିଣତି, ଆଇନଗତ ଦିଗ ଓ ଏହାକୁ ରୋକିବା ପାଇଁ କଣ ନୂତନ ପଦକ୍ଷେପ ନେବା ଆବଶ୍ୟକ ଏ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଏ

hiring

ହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିିଭାବେ ବୌଦ୍ଧ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ରାଉତ ବାଲ୍ୟବିବାହ, ଶିଶୁଶ୍ରମିକ ଓ ଅନ୍ୟାନ୍ୟ ଶିଶୁସୁରକ୍ଷା ପ୍ରସଙ୍ଗରେ ପୋଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥିି ଭାବେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ସାକ୍ଷୀଗୋପାଳ ପ୍ରଧାନ ଯୋଗଦେଇ ବାଲ୍ୟ ବିବାହକୁ ରୋକିବା ପାଇଁ ହେଲେ ବ୍ୟାପକ ସଚେତନତା କରିବା ସହିତ ଏହାର ଶିକାର ଶିଶୁଙ୍କୁ ଜୀବନ କୌଶଳ ଶିକ୍ଷାରେ ସାମିଲ କରିବା ପାଇଁ କହିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ ସଭାପତିତ୍ୱ କରିଥିବାବେଳେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂ ବାଲ୍ୟବିବାହ ସଚେତନତା କାର୍ଯ୍ୟକ୍ରମର ସଂଯୋଜିକା ପ୍ରବିଜ୍ଞା ଦାଶ, କଂଟାମାଳ ସି.ଡି.ପି.ଓ, ମହିଳା ପରିଦର୍ଶିକା, ଅଙ୍ଗନୱାଡି କର୍ମୀ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେଭ ଦ ଚିଲ୍ଡରେନ ସହଯୋଗ କରିଥିବାବେଳେ ୱାଇ.ସି.ଡିଏ, ଚାଇଲ୍ଡ ଲାଇନ କର୍ମଚାରୀ ଉପସ୍ଥିତ ଥିଲେ । ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ର ସୁରକ୍ଷା ଅଧିକାରୀ ରାଜେନ୍ଦ୍ର ମଲ୍ଲିକ ,ସମରସେନ ସିଂହ,ସହଦେବ ନାଏକ, ବସନ୍ତ ଦିଶିରି, ଧନଞ୍ଜୟ ଖମାରୀ, ଚିତ୍ରସେନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ସୁଶାନ୍ତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁଟିଏ କୌଣସି ପରିସ୍ଥିତିରେ ଅସୁରକ୍ଷିତ ମଣିଲେ ଓ ଅସୁବିଧାରେ ଦେଖିଲେ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ତଥା ଲୋକାଲ ପୋଲିସ୍‌, ଚାଇଲ୍ଡଲାଇନ-୧୦୯୮ କିମ୍ବା ଶିଶୁ ସୁରକ୍ଷା ୟୁନିଟ୍‌କୁ ତୁରନ୍ତ ସୁଚନା ଦେବାପାଇଁ କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଥିଲା । ରାଜ୍ୟ ଶିଶୁସୁରକ୍ଷା ଆୟୋଗଙ୍କ ଦ୍ୱାରା ୪୦ଦିନ ଧରି ରାଜ୍ୟବ୍ୟାପି ଭ୍ରାମ୍ୟମାଣ ସଚେତନତା ରଥ ପରିକ୍ରମା କରୁଥିବାବେଳେ ଆଜି ଏଠାରେ ଏହି ରଥକୁ ଭବ୍ୟସ୍ୱାଗତ କରାଯାଇଥିଲା । ଟାଉନ ହଲରୁ ରଥ ପରିକ୍ରମା ଆରମ୍ଭ ହୋଇ ଲକ୍ଷ୍ମୀପ୍ରସାଦ ଗ୍ରା.ପ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ବଲାସିଙ୍ଗା, ଶିଶୁ ବିକାଶ ପ୍ରକଲ୍ପ ଅଧିକାରୀଣୀଙ୍କ କାର୍ଯ୍ୟାଳୟ , ରାମକୃଷ୍ଣ ବାଳାଶ୍ରମ ଓ ଆବାସିକ ବିଦ୍ୟାଳୟ ଝାଡ୍ରାଜିଙ୍ଗ ପରିଭ୍ରମଣ କରିଥିବାବେଳେ ଛାତ୍ରଛାତ୍ରୀ, ଅଙ୍ଗନୱାଡି କର୍ମୀମାନେ ସ୍ୱାଗତ କରିଥିଲେ ।

hiranchal ad1
Leave A Reply

Your email address will not be published.

17 − six =