ଶଯ୍ୟାଶାୟୀ କିଡ଼ନୀ ରୋଗୀଙ୍କୁ ଆର୍ଥିକ ସହାୟତା

0 142

ବୌଦ୍ଧ,୩୧/୧୨:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ପଂଚାୟତର ନୂଆପଡା ନିବାସୀ ବଟକୃଷ୍ଣ ପାତ୍ର ପ୍ରାୟ ଦୁଇବର୍ଷ ହେବ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ପଡିରହିଛନ୍ତି । ପୁତ୍ର ସନ୍ତାନ ନଥିବାରୁ ତାଙ୍କର ଧର୍ମପତ୍ନୀଙ୍କ ସହିତ କୌଣସି ସରକାରୀ ଯୋଜନାରୁ ଆର୍ଥିକ ସହାୟତା ନପାଇ ଅତି କଷ୍ଟରେ ଜୀବନଯାପନ କରୁଛନ୍ତି । ବଟକୃଷ୍ଣଙ୍କ ଏପରି ଅବସ୍ଥା ବିଷୟରେ ଜାଣିବାପରେ ବୌଦ୍ଧ ଜିଲ୍ଲା ପାଣ ଗଣ୍ଡା ସମାଜ ବିକାଶ ପରିଷଦର ସଭାପତି ବଟକୃଷ୍ଣ ପ୍ରଧାନଙ୍କ ସୁପାରିଶ ଏବଂ ଜିଲ୍ଲା ଉପ ସଭାପତି ମକରଧ୍ୱଜ ମହାନନ୍ଦିଆ , ବସନ୍ତ କୁମାର ଖୁରା , ରୋହିତ କହଁର , ସହକାରୀ କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି , ସହକାରୀ ସାଧାରଣ ସଂପାଦକ କହାଇଁ ବାଦି , ଯୁଗ୍ମ ସଂପାଦକ ଶ୍ରୀନିବାସ ହାତୀ ଏବଂ ସଂଗଠନ ସଂପାଦକ ଦେବଦତ୍ତ ସାଗରଙ୍କ ସହଯୋଗକ୍ରମେ ସଂଗଠନ ପକ୍ଷରୁ ଜିଲ୍ଲା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ଓ କୋଷାଧ୍ୟକ୍ଷ ଫଗୁ ରଣବିଡାଙ୍କ ସହିତ ରାଧାନଗର ପଂଚାୟତ ସଭାପତି ଚିତ୍ରସେନ ବେହେରା , ବରିଷ୍ଠ ସମାଜସେବୀ ଲଳିତ ଦୀପ ଏବଂ ପ୍ରଦୀପ କହଁର କିଡନୀ ରୋଗୀଙ୍କ ଘରକୁ ଯାଇ ତାଙ୍କର ଧର୍ମପତ୍ନୀ ବନବାସୀ ପାତ୍ରଙ୍କୁ ତିନି ହଜାର ଟଙ୍କାର ଚେକ୍‌ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

8 + seven =