ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର

0 48

ବୌଦ୍ଧ,୬/୭- ବୌଦ୍ଧ ପଞ୍ଚାୟତ କନିଷ୍ଠ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ନିରାପତ୍ତା ସପ୍ତାହ ପାଳନ ଅବସରରେ ବିପର୍ଯ୍ୟୟ ପରିଚାଳନା ଓ ପ୍ରାଥମିକ ଚିକିତ୍ସା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଏହି ତାଲିମର ଆବଶ୍ୟକତା ଏବଂ ମହାବିଦ୍ୟାଳୟରେ ଛାତ୍ରମାନଙ୍କର ସୁରକ୍ଷା କିଭଳି ଭାବରେ କରାଯାଉଛି ସେ ବିଷୟରେ ଆଲୋଚନା କରିଥିଲେ । ଜାତିୟ ସେବା ଯୋଜନାର ଅଧିକାରୀ ଦାଶରଥୀ ବିଶ୍ୱାଳ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ତାଲିମଦାତା ଭାବରେ ଯୁବ ରେଡକ୍ରସର ସଂପାଦକ ଅଧ୍ୟାପକ ଡ. ପ୍ରବୀର କୁମାର ଦାସ ଯୋଗଦେଇ ମହାବିଦ୍ୟାଳୟରେ ବିପର୍ଯ୍ୟୟ ପରିଚାଳନା ଉପରେ ବିସ୍ତୃତ ଆଲୋଚନା କରି ପ୍ରାଥମିକ ଚିକିତ୍ସା ଉପରେ ତାଲିମ ପ୍ରଦାନ କରିଥିଲେ । ଅନୁଷ୍ଠାନରେ ପଡି ଖଣ୍ଡିଆ ହେଲେ, ହାତଗୋଡ ଭାଙ୍ଗିଲେ, ମୂର୍ଚ୍ଛା ହୋଇଗଲେ, ସାପ କାମୁଡିଲେ କିପରି ପ୍ରାଥମିକ ଚିକିତ୍ସା କରି ଡାକ୍ତରଖାନାକୁ ନିଆଯିବ ସେ ଉପରେ ତାଲିମ ପ୍ରଦାନ କରାଯାଇଥିଲା । ବିଶୁଦ୍ଧ ପାନୀୟଜଳ, ସ୍ୱଚ୍ଛ ବିଦ୍ୟାଳୟ ପରିସର, ସ୍ୱଚ୍ଛ ଶୌଚାଳୟ ତଥା ସବୁଜସୁନ୍ଦର ମହାବିଦ୍ୟାଳୟ ପରିସର ସୁନିଶ୍ଚିତ କରିବାପାଇଁ ସମସ୍ତେ ଶପଥ ନେଇଧିଲେ । ବିଦ୍ୟାଳୟର ନିରାପତ୍ତା ପାଇଁ ଏକ ୧୨ଜଚ୍ଚିଆ କମିଟି ମଧ୍ୟ ଗଠନ କରାଯାଇଛି । ଶେଷରେ ନିଆଁଲାଗିବା, ଭୂମିକଂପ ହେଲେ କିପରି ନିଜକୁ ସୁରକ୍ଷିତ କରିବେ ସେଥିପାଇଁ ଏକ ମକଡ୍ରିଲ ମଧ୍ୟ କରାଯାଇଥିଲା । ଏନଏସଏସର ଯୋଜନା ଅଧିକାରୀ ଅଧ୍ୟାପିକା ବାସନ୍ତୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସୁରଜ ନାୟକ, ସଦାନନ୍ଦ ମାହାର, ପ୍ରଦୀପ କୁମାର ପ୍ରଧାନ, ଅଧ୍ୟାପିକା ଶ୍ୱେତାସୁମନ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

16 − five =