ରାମ ଲିଙ୍ଗେଶ୍ୱର ସେବା ସମବାୟ ସମିତି. ଲିଃ ସଭାପତି ପଦବୀ ସକାଶେ ପାର୍ଥୀପତ୍ର ଦାଖଲ

0 49

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତର ନୂଆ କେରାଣ୍ଡୀ ଗ୍ରାମରେ ଥିବା ରାମ ଲିଙ୍ଗେଶ୍ୱର ସେବା ସମବାୟ ସମିତି ଲିଃ ର ସଭାପତି ପଦବୀ ସକାଶେ ଆଜି ପାର୍ଥୀପତ୍ର ପ୍ରଦାନ କରିବା ସକାଶେ ଦିନ ଧାର୍ଯ୍ୟ ହୋଇ ଥିଲା । ଆଜି ପାର୍ଥୀପତ୍ର ଦୁଇ ଜଣ ଦାଖଲ କରିଥିବାର ଜଣାପଡିଛି । ଜଣେ ହେଲେ ଇ. ମୋହନ ରାଓ, ତାଙ୍କର ଚିହ୍ନ ହେଲା କ୍ରିକେଟ ବ୍ୟାଟ, ଅନ୍ୟ ଜଣେ ହେଲେ ପ୍ରଶାନ୍ତ କୁମାର ପାତ୍ର ମାଠିଆ ଚିହ୍ନ ବୋଲି ନିର୍ବାଚନ ଅଧିକାରୀ ଜଗନ୍ନାଥ ରଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଉ ଦୁଇ ଜଣଙ୍କ ପାର୍ଥୀପତ୍ର କାଏମ ହେବାର ସୂଚନା ଦେଇଛନ୍ତି । ଆସନ୍ତା କାଲି ଏହି ସଭାପତି ପଦବୀ ସକାଶେ ନିର୍ବାଚନ ହେବ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ଜଗନ୍ନାଥ ରଥ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି ସମବାୟ ସମିତିର ସମ୍ପାଦକ ଇ ରାମ ପ୍ରସାଦ । ଆସନ୍ତାକାଲି କିଏ ସଭାପତି ପଦବୀ ବାଜିମାରିବ ସମସ୍ତ ଙ୍କର ନଜର ରହିଛି ।

hiranchal ad1
Leave A Reply

Your email address will not be published.

4 × 2 =