ବୌଦ୍ଧ: ଜିଲ୍ଲାସ୍ତରୀୟ ଲୋକକଳା ଟ୍ରଫି ପ୍ରତିଯୋଗିତା ଅନୁଷ୍ଠିତ

0 86

ବୌଦ୍ଧ,୩୦/୯- ଆଜି ଦିନ ୧୧ଟା ସମୟରେ ବୌଦ୍ଧ ଜିଲ୍ଲାସ୍ତରୀୟ ଲୋକକଳା ଟ୍ରଫି ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ବବିତାରାଣୀ ଦଳବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଏହି ପ୍ରତିଯୋଗିତାରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରିଥିଲେ । ସନ୍ଧ୍ୟାରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥିଭାବେ ଡେପୁଟି କଲେକ୍ଟର ତଥା ଜିଲ୍ଲା ପଞ୍ଚାୟତ ଅଧିକାରୀ ଅବନୀକାନ୍ତ ସାହୁ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା, ସହକାରୀ ଜିଲ୍ଲାପାଳ ବିରଞ୍ଚି ନାରାୟଣ ଧରୁଆ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ଯୋଗଦେଇଥିବାବେଳେ ବିଚାରକ ଭାବେ ପାଲାସଂଘ ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ସଂପାଦକ ବାଂଛାନିଧି ପ୍ରଧାନ, ଦଣ୍ଡଗୁରୁ ସୁଦର୍ଶନ ସେଠୀ ଯୋଗଦେଇଥିଲେ । ସେକସନ ଅଫିସର ମାନସ ରଞ୍ଜନ ସେଠୀ ବିଜୟୀ ଦଳମାନଙ୍କ ଘୋଷଣା କରିଥିଲେ ।

hiring

ଏହି ପ୍ରତିଯୋଗିତାରେ ବାବା ଚଂପେଶ୍ୱର କଳାପରିଷଦ କେଳାକଟା ପତରସଉରା ପ୍ରଥମ, ମାଁ ପୂର୍ଣ୍ଣମାସୀ ପାଲା ବ୍ରାହ୍ମଣୀ ଦ୍ୱିତୀୟ, ଗୋକୁଳେଶ୍ୱର ବାଉରୀ ଜାମପାଲି ଶବର ନୃତ୍ୟ ତୃତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ପ୍ରତିଯୋଗିତାରେ ମୋଟ ୧୫୦ରୁ ଉର୍ଦ୍ଧ୍ୱ କଳାକାର ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟର ମଣ୍ଟୁ ପାଣ୍ଡେ, ଯୁଧିଷ୍ଟିର ପଧାନେ, ଅକ୍ଷୟ ମହାକୁଡ, ଜିଲ୍ଲା ସଂଗ୍ରହାଳୟର କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

one + 12 =