ବୌଦ୍ଧ ଜିଲ୍ଲାରେ ଭୋଟର ତାଲିକା ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ

0 125

ବୌଦ୍ଧ,୨୪ା୧୧- ଚଳିତ ବର୍ଷର ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ତଦାରଖ ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଆଜି ବୌଦ୍ଧ ଗସ୍ତ କରିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା, ସ୍ୱରାଷ୍ଟ୍ର (ନିର୍ବାଚନ) ବିଭାଗ ଦ୍ୱାରା ଶ୍ରୀମତୀ ସୁଜାତା ସାହୁ, ଭା.ପ୍ର.ସେ ବୌଦ୍ଧ ଜିଲ୍ଲାର ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ ହୋଇଛନ୍ତି । ଭୋଟର ତାଲିକା ପର୍ଯ୍ୟବେକ୍ଷକଙ୍କ ଅଧ୍ୟ ଜିଲ୍ଲା କାର୍ଯ୍ୟ ।ଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାର ସମସ୍ତ ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀ, ସନତ କୁମାର ନାଏକ, ଉପ-ଜିଲ୍ଲାପାଳ-ତଥା-ଭୋଟର ପଞ୍ଜିକରଣ ଅଧିକାରୀ, ବୌଦ୍ଧ, ଅତିରକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର, ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଅଛି । ଏହି ସଭାରେ ଚଳିତ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -୨୦୨୨ କିଭଳି ଭାବରେ ସଫଳତା ସହ ଅନୁଷ୍ଠିତ ହେବ ଏବଂ ବହୁମାତ୍ରାରେ ଭୋଟର ପଞ୍ଜିକରଣ ହୋଇପାରିବ, ଯେମିତି ୧୮ ବର୍ଷ ବୟସ ବ୍ୟକ୍ତି ବିଶେଷ କେହିବି ଭୋଟର ହେବାରୁ ବଞ୍ଚିତ ନ ହୁଅନ୍ତି ଏବଂ ଭୋଟର ତାଲିକା ନିର୍ଭୁଲ ଭାବରେ ପ୍ରକାଶନ ହେବ ସେ ଉପରେ ବିଶେଷ ଧ୍ୟାନ ଦେବାକୁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ନିର୍ଦ୍ଦେଶ ଦେଇଥିଲେ । ସମୀକ୍ଷା ବୈଠକ ପରେ ପର୍ଯ୍ୟବେକ୍ଷକ ଏବଂ ଭୋଟର ପଞ୍ଜିକରଣ ଅଧିକାରୀ ବିଭିନ୍ନ ଭୋଟର ଗ୍ରହଣ କେନ୍ଦ୍ର ପରିଦର୍ଶନ କରିଥିଲେ । ଚଳିତବର୍ଷ ଭୋଟର ମାନଙ୍କ ସୁବିଧା ନିମନ୍ତେ ଭୋଟର ହେଲ୍ପଲାଇନ ଆପ ପ୍ରଚଳିତ କରାଯାଇଅଛି । ଏହି ଆପ ଦ୍ୱାରା ସାଧାରଣ ଜନତା ଭୋଟର ତାଲିକାରେ ନିଜ ନାମ ଯାଞ୍ଚ, ସଂଶୋଧନ, ସ୍ଥାନାନ୍ତର ଅଥବା ନୂତନ ଭୋଟର ଭାବରେ ଆବେଦନ କରିପାରିବେ । ଅନ୍ୟମାନଙ୍କ ମଧ୍ୟରେ ଅବନିକାନ୍ତ ସାହୁ, ଡେପୁଟି କଲେକ୍ଟର, ନିର୍ବାଚନ, ବୌଦ୍ଧ , ଉପ ବିଭାଗ ଅଧିକାରୀ ରାଜଗୋପାଳ ମହାପାତ୍ର, ବରିଷ୍ଠ ରାଜସ୍ୱ ସହାୟକ ସରୋଜ କୁମାର ବେହେରା ଏବଂ କନିଷ୍ଠ ରାଜସ୍ୱ ସହାୟକ ଜିତେନ୍ଦ୍ର କୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

4 × 1 =