ଭାରସାମ୍ୟ ହରାଇ ଗଛକୁ ଧକ୍କାଦେଲା ବାଇକ, ୨ ଆରୋହୀ ଗୁରୁତର

0 1,006

ବୌଦ୍ଧ,୧/୨ – ଆଜି ଅପରାହ୍ନ ପ୍ରାୟ ଘ ୨. ୩୦ ମିନିଟ ସମୟରେ ପଲସାଗୋରା ଟାଇଲ୍‌ମିଲ ଛକ ନିକଟରେ ଗୋଟିଏ ପେସୋନ ପ୍ରୋ ବାଇକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛକୁ ଧକ୍କା ଦେବା ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ଘ ୨. ୩୦ ମିନିଟ ସମୟରେ ପଲସାଗୋରା ନିକଟ କିର୍ଲା ଗ୍ରାମକୁ କୌଣସି ଏକ ସାମାଜିକ ଉତ୍ସବରେ ଯୋଗ ଦେବାକୁ କଳାହାଣ୍ଡି ଜିଲ୍ଲା ଭାବାନୀ ପାଟଣା ଅଞ୍ଚଳରୁ ଓଡି ୦୩ ପି ୬୭୭୯ ବାଇକ ଯୋଗେ ଆସୁଥିବା ଦୁଇଜଣ ବ୍ୟକ୍ତି ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଥିବା ଗଛରେ ବାଇକଟି ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଫଳରେ ଉଭୟ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନସ୍‌ ଯୋଗେ ସୋନପୁର ଡାକ୍ତରଖାନାକୁ ପଠାଇଥିଲେ ।

hiranchal ad1
Leave A Reply

Your email address will not be published.

7 + eighteen =