ବନ ବିଭାଗ ଦ୍ୱାରା ୬ ଜଣ ମାଙ୍କଡ଼ ଶିକାରୀ ଗିରଫ

0 2,404

ବୌଦ୍ଧ /ବାଉଁଶୁଣୀ,୩୦/୪ – ବୌଦ୍ଧ ରେଞ୍ଜ ଅନ୍ତର୍ଗତ ବଘିଆପଡା ସେକ୍ସନ ଜାମୁଖୋଲ୍‌ ବିଟର କରଡ଼ାମୁଣ୍ଡା ଗ୍ରାମ ନିକଟରେ ବନବିଭାଗ ଚଢ଼ାଉକରି ୬ ଜଣ ମାଙ୍କଡ଼ ଶିକାରୀଙ୍କୁ ଗିରଫ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜିସକାଳେ କୌଣସି ସୂତ୍ରରୁ ଖବରପାଇ ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଉକ୍ତ ଗ୍ରାମ ନିକଟରେ ଚଢ଼ାଉ କରି ମାଙ୍କଡିଆ ସମ୍ପ୍ରଦାୟର ମାଙ୍କଡ଼ ଶିକାରୀ ମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଶିଆଳିପଟ ୫୦କେଜି, ୨ କେଜି ଶୁଖିଲା ଓ ୧୦କେଜି କଞ୍ଚା ମାଂସ ସହିତ ୩ଗୋଟି ମାଙ୍କଡ଼ଜାଲ ,୨୦ଗୋଟି ମାଙ୍କଡ଼ର ହାତ ପାପୁଲି ଏବଂ ୨ଗୋଟି ଟାଙ୍ଗିଆ ଜବତ କରାଯାଇଛି । ସେମାନେ ସମ୍ବଲପୁର ଜିଲ୍ଲା ଯମନକିରା ଥାନା କଦଳୀପାଲି ଗ୍ରାମର ବୋଲି ଜଣାପଡ଼ିଛି । ସେମାନେ ଗତ୨୨ ତାରିଖରୁ ମାଙ୍କଡ଼ ଶିକାର କରିବା ଉଦ୍ଦେଶ୍ୟରେ ଆସିଥିଲେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସେଠୀ ସୂଚନା ଦେଇଛନ୍ତି । ଉକ୍ତ ଚଢ଼ାଉରେ ଏସିଏଫ ରାଜେନ୍ଦ୍ର ଗୋଛାୟାତ ,ବୌଦ୍ଧ ରେଞ୍ଜର ପ୍ରଦୀପ ବେହେରା ଓ ବଘିଆପଡା ଫରେଷ୍ଟର ଶେଷଦେବ ମେହେର ସାମିଲ ଥିଲେ । ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଏସିଏଫ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

5 × 3 =