ବିବାହ ଭୋଜିରେ ଗଣ୍ଡଗୋଳ, ସପ୍ତାହେ ପରେ ବି ଧରାପଡି ନାହାନ୍ତି ଆସାମୀ

0 1,723

ବୌଦ୍ଧ,୩୦/୩ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଲୁଣିବାହାଲ୍‌ ଗ୍ରାମରେ ଗତ ୨୦ ତାରିଖରେ ଏକ ବିବାହ ଭୋଜିରେ ହୋଇଥିବା ଗଣ୍ଡଗୋଳ ଓ ଆକ୍ରମଣ ଘଟଣାର ଅଭିଯୁକ୍ତମାନେ ସପ୍ତାହେ ବିତି ଯାଇଥିଲେ ମଧ୍ୟ ଧରା ପଡିନଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଲୁଣିବାହାଲ ଗ୍ରାମର ଶରତ କୁମାର ପ୍ରଧାନଙ୍କ ବିବାହ ଭୋଜିକୁ ଯୋଗଦେବା ପାଇଁ ସେହି ଗ୍ରାମର ରବିନ କୁମାର୍‌ ପ୍ରଧାନ ୨୦ ତାରିଖ ଦିନ ୨ ଘଂଟା ସମୟରେ ଯାଇଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତୁଷାରକାନ୍ତ ପ୍ରଧାନ ଓ ଭବାନୀ ଶଂକର ପ୍ରଧାନ ଶରତଙ୍କୁ ଆକ୍ରମଣ କରିଥିବା ଓ ତାଙ୍କ ଘରେ ପଶି ବାପା ମାଙ୍କୁ ଦୁର୍ବ୍ୟବହାର କରିଥିବା ରବିନ ପୁରୁଣାକଟକ ଥାନାରେ ଅଭିଯୋଗ କରିଥିଲେ । ଇତି ମଧ୍ୟରେ ସପ୍ତାହେ ବିତି ଯାଇଥିଲେ ମଧ୍ୟ ପୁରୁଣାକଟକ ପୋଲିସ ଅଭିଯୁକ୍ତ ମାନଙ୍କୁ ଧରି ପାରିନଥିବା ଅଭିଯୋଗ ହେଉଛି ।

hiranchal ad1
Leave A Reply

Your email address will not be published.

14 − eleven =