ମାଓ ସାମଗ୍ରୀ ଜବତ

0 178

ଫୁଲବାଣୀ,୩୦/୩ : କନ୍ଧମାଳ ପୋଲିସକୁ ମିଳିଛି ସଫଳତା । ଗତ ୨୮.ତାରିଖରେ କନ୍ଧମାଳ ପୋଲିସ ଖବରପାଇ ସନ୍ଧ୍ୟା ସମୟରେ ଏସ ଓ ଜି ଓ ଡିଭିଏଫ ଗୋଚ୍ଛାପଡା ଥାନା ଅନ୍ତର୍ଗତ ରାଇଘର ଗ୍ରାମର ଜଙ୍ଗଲରେ ମିଳିତ ଭାବେ କୁମ୍ବିଂ କରିଥିଲେ । ଯାହାଫଳରେ ମାଓ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ପୋଲିସ ତରଫରୁ ଆତ୍ମସମର୍ପଣ କରିବାକୁ କହିଥିଲେ । କିନ୍ତୁ ମାଓ ତରଫରୁ ପ୍ରଥମେ ଗୁଳିବିନିମୟ ହୋଇଥିଲା । ଫଳରେ ପୋଲିସ ତରଫରୁ ମଧ୍ୟ ଗୁଳିଚାଳନା କରାଗଲା । ଗୁଳି ବିନିମୟ ବନ୍ଦ ହେବାପରେ ଘଂଚ ଜଙ୍ଗଲର ସୁଯୋଗ ଉଠାଇ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ ।

hiring

ପୁଲିସ ସର୍ଚ୍ଚ ଅପରେସନ କଲାବେଳେ ୧୨ ଭୋଲ୍ଟ ବ୍ୟାଟେରି, ଗୋଟିଏ ଡିଟୋନେଟର ,କିଛି ତାର, ଦୁଇ ହଳ ଜୋତା , ବ୍ଲାଙ୍କେଟ, ଦୁଇଟି ଟିଫିନ୍‌, ଚାଉଳ ଶହ କପଡା ଓ ଖାଦ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ଏହି ମାଓ ସଂଗଠନ ଓଡିଶା ଷ୍ଟେଟ କମିଟିର କେକେ ବିଏନ ଡିଭିଜନ୍‌ର ୧୦ ରୁ ୧୫ ଜଣ ମାଓ ସଦସ୍ୟ ଥିବା ବର୍ତ୍ତମାନ ମଧ୍ୟ ସେଠାରେ କୁମ୍ବିଂ ଅପରେସନ ଜାରି ରହିଥିବା ସୂଚନା ଦେଇଛନ୍ତି କନ୍ଧମାଳ ଏସପି. ବୀନିତ ଅଗ୍ରୱାଲ ।

hiranchal ad1
Leave A Reply

Your email address will not be published.

9 − 4 =