ଆବାସ ଯୋଜନାର ଘର ବଂଟନରେ ଅନିୟମିତତା ଅଭିଯୋଗ

0 971

ବୌଦ୍ଧ,୩୦/୩ – ବୌଦ୍ଧବ୍ଲକ୍‌ ପଦ୍ମନପୁର୍‌ ଗ୍ରାମ ପଂଚାୟତ ଦାମୋଦରପୁର୍‌ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ବଂଟନରେ ଅନିୟମିତତା ଅଭିଯୋଗ କରି ଘର ପାଇବାରୁ ବଂଚିତ ହେଉଥିବା ହିତାଧିକାରୀ ବୌଦ୍ଧ ବିଡିଓଙ୍କ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା । ସେମାନେ ବିଡିଓଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ଅଭିଯୋଗ ଅନୁଯାୟୀ ୨୦୧୮ -୧୯ ଆର୍ଥିକ ବର୍ଷରେ ତାଲିକାରେ ଦାମୋଦରପୁର୍‌ ଗ୍ରାମର ଗୋପୀନାଥ ଭୋକ୍ତା, ସାଗର ଭୋଇ, ରଙ୍କନିଧୀ ଭୋଇ, ସାଗର ସେଠୀ, ଜଗନ୍ନାଥ ସେଠୀ, ପ୍ରକାଶ ସେଠୀ, ପ୍ରଦୀପ ସେଠୀ, ମଙ୍ଗୁଳୁ ଷାଣ୍ଢ ପ୍ରଭୃତିଙ୍କ ନାମ ହିତାଧିକାରୀ ତାଲିକାରେ କ୍ରମାନ୍ୱୟରେ ଥିଲା । କଂପ୍ୟୁଟରରେ ଅନୁସନ୍ଧାନ କଲେ ମଧ୍ୟ ଦେଖା ଯାଉଥିଲା । ହେଲେ ଦୁଃଖର କଥା ଏ ହିତାଧୀକାରୀମାନେ ଏପର୍ଯ୍ୟନ୍ତ ଘର ପାଇନଥିବା ବେଳେ ବର୍ତ୍ତମାନ କମ୍ପ୍ୟୁଟରରେ ତାଙ୍କର ନାମ ଆଉ ଦେଖା ଯାଉନାହିଁ । ତାଲିକାରେ ଉପର ତଳ କରାଯାଇଥିବାରୁ ସେମାନେ ଆବାସ ଯୋଜନାର ଘର ପାଇବାରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି । ଗ୍ରାମର ଗୋଟିଏ ପରିବାରର ଏକାଧିକ ସଦସ୍ୟଙ୍କୁ ଘର ମିଳିଛି, ପକ୍କା ଘର ଥିବା ଧନୀ ଲୋକ ଘର ପାଉଛନ୍ତି ଓ ଗୋଚର ଜମିରେ ମଧ୍ୟ ଆବାସ ଯୋଜନା ଘର ନିର୍ମାଣ ହେଉଥିବାବେଳେ ସେମାନେ ଗରୀବ ଲୋକ ଓ ତାଲିକାରେ ନାମ ଥାଇ ଘର ପାଇ ନାହାନ୍ତି ବୋଲି ବିଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଉପରେ ତଦନ୍ତ କରାଯାଇ ତାଙ୍କୁ ତୁରନ୍ତ ଘର ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ଏ ସଂପର୍କରେ ସେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଥିବା ଅଭିଯୋଗକାରୀ ସୁଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

two × 5 =