ବନ୍ଧୁକ ମୁନରେ ୨୧ଲକ୍ଷ ଲୁଟ ଘଟଣାର ଅବଶିଷ୍ଟ ୨ଡକାୟତ ଗିରଫ

0 235

ସୋନପୁର, ୩୦/୩- ଗତ ୧୭ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ବାଘଲପୁର ଠାରେ ବନ୍ଧୁକ ମୁନରେ ୨୧ ଲକ୍ଷ ଟଙ୍କା ଲୁଟ ଘଟଣାର ଅବଶିଷ୍ଟ ୨ଜଣ ଡ଼କାୟତ ଧରା ପଡିଛନ୍ତି । ତାଙ୍କ ଠାରୁ ଲୁଟ ହୋଇଥିବା ୨ଲକ୍ଷ ୮୬ ହଜାର ଟଙ୍କା ମଧ୍ୟ ଜବତ ହୋଇଛି । ଡକାୟତ ଦୁଇ ଜଣ ହେଲେ ରାଜେନ୍ଦ୍ର ରାଜହଂସ ଓ ମାନସ କୁମାର ଚାଉଳିଆ । ଏ ଦୁଇଜଣଙ୍କ ଘର ବୌଦ୍ଧଜିଲ୍ଲା ମନମୁଣ୍ଡା ଥାନା ଅଂଚଳରେ । ଏ ପର୍ଯ୍ୟନ୍ତ ଲୁଟ ୨୧ ଲକ୍ଷରୁ ମୋଟ ୧୮ଲକ୍ଷ ୧୬ ହଜାର ଟଙ୍କା ଉଦ୍ଧାର ହୋଇଛି ତଥା ଏକ ବ୍ୟାଗ ଓ ମୋବାଇଲ ମଧ୍ୟ ଜବତ ହୋଇଛି । ଏନେଇ ଆଜି ସୁବର୍ଣ୍ଣପୁର ଏସପି ଅଫିସର ସଭାଗୃହ ଠାରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ ପି ସୀତାରାମ ଶତପଥୀ । ପୂର୍ବରୁ ୨୧ଲକ୍ଷ ଟଙ୍କାରୁ ୧୫ ଲକ୍ଷ ୩୦ ଟଙ୍କା ଉଦ୍ଧାର ହେବା ସହିତ ୫ ଜଣ ଡକାୟତ ଧରାପଡିଥିଲେ । ଡକାୟତି ରେ ବ୍ୟବହାର ହୋଇଥିବା ୫ ଟି ବାଇକ ଓ ୧୦ ଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଥିଲା । ସୂଚନାଯୋଗ୍ୟ ଯେ ଗତ୧୭ ତାରିଖରେ ସୋନପୁର ସହର ନିକଟସ୍ଥ ଧର୍ମଶାଳା ଫାଣ୍ଡିରୁ ଦେଢ କିମି ଦୁର ବାଘଲପୁର ଗାଁ ନିକଟରେ ଉକ୍ତ ଘଟଣା ଘଟିଥିଲା । ତେବେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଲୁଟ ଟଙ୍କାରୁ ଅନେକାଂଶରେ ଉଦ୍ଧାର ହେବାସହ ଡ଼କାୟତି ଘଟଣାରେ ସଂପୃକ୍ତ ସମସ୍ତ ଡ଼କାୟତ ମାନଙ୍କୁ ଧରାଯାଇଥିବା ଯୋଗୁଁ ପୋଲିସର ଉଦ୍ୟମ ତଥା କାର୍ଯ୍ୟାନୁଷ୍ଠାନକୁ ଜନସାଧାରଣରେ ପ୍ରଶଂସା କରାଯାଇଛି ।

hiranchal ad1
Leave A Reply

Your email address will not be published.

1 + twelve =