ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଅଚଳ, ମରାମତି ଦାବି

0 462

ବୌଦ୍ଧ,୩୧/୩ – ବୌଦ୍ଧବ୍ଲକ୍‌ ତେଲିବନ୍ଧ ଗ୍ରାମ ପଂଚାୟତର ତେଲିବନ୍ଧ ଛକରେ ଥିବା ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ବହୁଦିନ ଧରି ଅଚଳ ହୋଇ ପଡିରହିଥିବା ଦେଖିବାକୁ ମିଳିଛି । ୨୦୧୬-୧୭ ଆର୍ଥିକ ବର୍ଷରେ ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥ କମିଶନଙ୍କ ଅନୁଦାନରେ ୨ ଲକ୍ଷ ୪୦ ହଜାର ଟଙ୍କାରେ ନିର୍ମାଣ କରାଯାଇଥିଲା । ପରିଚାଳନା ଅଭାବରୁ ଉକ୍ତ ପ୍ରକଳ୍ପ ବାରମ୍ବାର ଅଚଳ ହେଉଥିବା ଅଭିଯୋଗ ହୁଏ । ବର୍ତ୍ତମାନ ଜିଲ୍ଲାରେ ଦିନକୁଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ଯୋଗୁଁ ଯାତ୍ରୀମାନେ ପିଇବାପାଣି ପାଇଁ ଡହଳ ବିକଳ ହେଉଛନ୍ତି । ତେଲିବନ୍ଧ ଛକ ଉପରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଗ୍ରାମର ଅଧିବାସୀ ନିର୍ଭର କରନ୍ତି । ଏ ଛକରୁ ବସ୍‌ ଓ ଅନ୍ୟାନ୍ୟ ଯାନବାହାନରେ ଯାତାୟାତ କରିଥାଆନ୍ତି । ତୁରନ୍ତ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପକୁ ମରାମତି କରାଇବା ଦିଗରେ ଗ୍ରାମ ପଞ୍ଚାୟତ ଓ ବ୍ଲକ୍‌ ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

15 − 11 =