କରୋନା କଟକଣାରେ ହୋଲିପର୍ବ ପାଳିତ

0 186

ବୌଦ୍ଧ/ଜହ୍ନାପଙ୍କ,୩୦/୩- ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କ ଅଂଚଳରେ ହୋଲି ପର୍ବ କୋରନା କଟକଣା ମଧ୍ୟରେ ସୋମବାର ପାଳିତ ହୋଇଯାଇଛି । କଟକଣା ପାଇଁ ଗୋଷ୍ଠୀ ବା ଦଳଖେଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିଲା । ନିଜ ନିଜ ପରିବାର ମଧ୍ୟରେ ଖେଳ ହୋଇଥିଲା । ଗୋଟିଏ ପରିବାରୁ ଅନ୍ୟ ପରିବାରକୁ କେହି ଖେଳି ଯାଇନଥିଲେ । ଏଥିରୁ ସ୍ପଷ୍ଟ ଜଣାପଡୁଥିଲା କୋରନା ପ୍ରତି ଲୋକେ ସଚେତନ ଅଛନ୍ତି । ଜହ୍ନାପଙ୍କ ତଥା ନାରାୟଣ ନଗର, ଖୁଂଟବନ୍ଧ, ତେଲିବନ୍ଧ, ପଦ୍ମନପୁର, ମୁଣ୍ଡାପଡା ଓ ବଢ଼ିଗାଁ ଆଦି ପଂଚାୟତର ବିଭିନ୍ନ ଗାଁରେ କୋରନା କଟକଣା ମଧ୍ୟରେ ରଙ୍ଗର ପର୍ବ ହୋଲି ଖେଳ ଅନୁଷ୍ଠିତ ହୋଇଥିଲା । ଶିଶୁଠାରୁ ଆରମ୍ଭକରି ଯୁବକ ଯୁବତୀ ବୃଦ୍ଧବୃଦ୍ଧା ଏହି ଖେଳରେ ସାମିଲ ହୋଇଥିଲେ । ବିଭିନ୍ନ ସ୍ଥାନରେ ହୋଲି ରଙ୍ଗ ଦେଇ ମିଠା ଖୁଆଇବା ଦୃଶ୍ୟ ବେଶ ନିଆରା ଥିଲା ।

hiranchal ad1
Leave A Reply

Your email address will not be published.

twelve + 1 =